Lifestyle

ଆପଣଙ୍କର ଗାଡିରେ ଯାତ୍ରା କରିବା ସମୟରେ ବାନ୍ତି ହେଉଛି କି? ଜାଣନ୍ତୁ ଏହି ଉପାୟ

  •  
  • 84
  •  
  •  
  •  
  •  
  •  
    84
    Shares

ଅନେକ ଲୋକଙ୍କର ଗାଡିରେ ଯାତ୍ରା ସମୟରେ ବାନ୍ତି ହୋଇଥାଏ । କେହି କେହି ଏଥିପାଇଁ ଗାଡିରେ ଯାତ୍ରା ମଧ୍ୟ କରିବାକୁ ଡରିଥାନ୍ତି କିମ୍ବା ଗାଡ଼ିରେ ବାହାରକୁ ଯିବାପାଇଁ ଇଛା କରନ୍ତି ନାହିଁ। ଡାକ୍ତରମାନେ ମତ ଦିଅନ୍ତି କିଛି ଦିନ ବ୍ୟବଧାନରେ ବାହାରେ ବୁଲାବୁଲି କଲେ ଶରୀର ସୁସ୍ଥ ରୁହେ। ଆଜି ଜାଣିବା କିଛି ଘରୋଇ ଉପଚାର, ଯାହାକୁ ବ୍ୟବହାର କରି ଆରାମରେ ବୁଲି ପାରିବେ।

ଲେମ୍ବୁକୁ ଆପଣ ଯାତ୍ରା ସମୟରେ ପାଖରେ ରଖିପାରିବେ। ଲେମ୍ବୁରେ ସାଇଟ୍ରିକ୍ ଏସିଡ୍ଏ ଥିବାରୁ, ବାନ୍ତି ଆସିବା ସମୟରେ ଶୁଙ୍ଘିବା ଦ୍ୱାରା ବାନ୍ତି ହୋଇନଥାଏ। ଆପଣ ପାଖରେ ଅଦା ରଖିପାରିବେ। ଅଦା ପାଟିରେ ଯାକିବା ଦ୍ୱାରା ଯାତ୍ରା ସମୟରେ ବାନ୍ତି ଓ ମୁଣ୍ଡ ବିନ୍ଧା ହୋଇନଥାଏ ବୋଲି ଡାକ୍ତରମାନେ କାହାନ୍ତି ।

Loading...

ଯାତ୍ରା ସମୟରେ ଲେମ୍ବୁ ପତ୍ର କିମ୍ବା ଲବଙ୍ଗ, ପାନ ମଧୁରୀ ସାଙ୍ଗରେ ନେଇ ପାରିବେ। ଏହି ସମୟରେ ଲେମ୍ବୁ ପତ୍ର ଶୁଙ୍ଘିବା କିମ୍ବା ଲବଙ୍ଗ, ପାନ ମଧୁରୀ ଖାଇବା ଦ୍ୱାରା ବାନ୍ତି ଲାଗି ନଥାଏ। ଯାତ୍ରା ସମୟରେ କେବେ ଖାଲିପେଟରେ ଯାତ୍ରା କରିବେ ନାହିଁ, କାରଣ ଏଥିପାଇଁ ବାନ୍ତି ବେଶୀ ଲାଗିଥାଏ । ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇଲେ ମଧ୍ୟ ବାନ୍ତି ହୋଇଥାଏ।

  •  
    84
    Shares
  •  
  • 84
  •  
  •  
  •  
  •  
Loading...

Join The Discussion

Loading...