Lifestyle

ପିକନିକ୍ ପାଇଁ ଜାଗା ଚୟନ କରୁଛନ୍ତି କି ? ତା’ହେଲେ କେନ୍ଦୁଝରର ଭୀମକୁଣ୍ଡକୁ ବାଛନ୍ତୁ

  •  
  • 8
  •  
  •  
  •  
  •  
  •  
    8
    Shares

କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡ । ପ୍ରାକୃତିକ ସୌନ୍ଦଯ୍ୟରେ ଭରପୁର ଏହି ଭୀମକୁଣ୍ଡର ପୁରାଣ ବର୍ଣ୍ଣିତ ଅନେକ କିମ୍ବଦନ୍ତୀ ରହିଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଭୀମକୁଣ୍ଡର ପ୍ରାକୃତିକ ଶୋଭା ଉପଭୋଗ କରିବାକୁ ପ୍ରତ୍ୟେକ ଦିନ ବହୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ପର୍ଯ୍ୟଟକମାନଙ୍କୁ ବାନ୍ଧି ରଖିବା ପାଇଁ ଏହି ସ୍ଥାନଟି ବେଶ ସକ୍ଷମ ହୋଇପାରିଛି ।
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ର ଡୁମୁରିଆ ପଂଚ।।ୟତର ବାଲିଯୋଡି ଗ୍ରାମଦେଇ ପ୍ରବାହିତ ପୂଣ୍ୟତୋୟା ବୈତରଣୀର ଅମାପ ଜଳରାଶି ପାହାଡ଼ର ବୁକୁ ଚିରି ଏଠାରେ ଯେଉଁ କମନୀୟ ଦୃଶ୍ୟପଟ୍ଟ ସୃଷ୍ଟି କରିଛି, ତାହା ଯେକୌଣସି ପର୍ଯ୍ୟଟକଙ୍କୁ ଆତ୍ମବିଭୋର କରିଦିଏ । ବର୍ଷାଋତୁ ବ୍ୟତୀତ ବର୍ଷର ଅନ୍ୟାନ୍ୟ ସମୟରେ ଅନେକ ଛାତ୍ରଛାତ୍ରୀ ଓ ପର୍ଯ୍ୟଟକ ଏଠାକୁ ବଣଭୋଜି କରିବାକୁ ଆସିଥାନନ୍ତି । କେହି କେହି ବୈତରଣୀର ସ୍ୱଚ୍ଛ ଜଳରାଶୀରେ ସ୍ନାନ କରି କୁଣ୍ଡେଶ୍ୱର ମନ୍ଦିରରେ ଭଗବାନ ଶିବଙ୍କ ନିକଟରେ ପୂଜାର୍ଚ୍ଚନା କରିଥାନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି, ପୂଣ୍ୟତୋୟା ବୈତରଣୀ ନଦୀର ଜଳ ଭୀମକୁଣ୍ଡଠାରେ ଅନ୍ତର୍ଦ୍ଧାନ ହୋଇଯାଇ ପ୍ରାୟ ୧୦- ୧୨ କିମି ଦୂର ସୁନାଖମ୍ବଠାରେ ଦୃଶ୍ୟମାନ ହୁଏ । ଭୀମକୁଣ୍ଡ ତଳେ ଗୁପ୍ତ ସୁଡ଼ଙ୍ଗ ନେଇ ଏହି ନଦୀ ଜଳ ପ୍ରବାହିତ ହେଉଥିବା ଯୋଗୁ ଏହାକୁ ଗୁପ୍ତଗଙ୍ଗା ମଧ୍ୟ କୁହାଯାଏ । ଏହାର ଗଭୀରତା ଆଜିଯାଏ କେହି ମାପିପାରି ନାହାନ୍ତି । ବନ୍ୟା ସମୟରେ ଏତେ ବର୍ଷାଜଳ କେଉଁଆଡୁ ଆସେ କେହି ବି ଜାଣିପାରନ୍ତି ନାହିଁ । ଭୀମକୁଣ୍ଡର ଅଲୌକିକତା ବେଶ ରୋମାଞ୍ଚକର । ଅନେକଥର ଏହାର ଗଭୀରତା ମପାଯିବାକୁ ଚେଷ୍ଟା କରାଯାଇଛି; କିନ୍ତୁ ସବୁ ବିଫଳ ରହିଛି । ଭୀମକୁଣ୍ଡକୁ ନେଇ ରହିଥିବା କିମ୍ବଦନ୍ତୀ ଅନୁଯାୟୀ ଦ୍ୱାପର ଯୁଗରେ ପାଣ୍ଡବ ଭ୍ରାତାଗଣ ବନବାସ ସମୟରେ ଭୀମ ଏହି ବୈତରଣୀ କ୍ଷୀଣ ଜଳଧାରାରେ ଶୋଇରହି ସ୍ନାନ କରିବା ସମୟରେ ଭୀମଙ୍କ ପ୍ରକାଣ୍ଡ ଶରୀରରେ ବୈତରଣୀର କ୍ଷୀଣ ଜଳଧାର ବାଧାପ୍ରାପ୍ତ ହୋଇ ଜଳରାଶୀ ନିମ୍ନଗାମୀ ହେବାରୁ ଏଠାରେ ଏକ ଗଣ୍ଡ ସୃଷ୍ଟି ହୋଇଥିଲା । ଯାହା ଭୀମକୁଣ୍ଡ ନାମରେ ନାମିତ ।

Loading...

ପତିତପାବନି ଗଙ୍ଗା ଭଳି ପୂଣ୍ୟତୋୟା ବୈତରଣୀର ଜଳ ଅତ୍ୟନ୍ତ ପବିତ୍ର ହୋଇଥିବାରୁ ମକର ସଂକ୍ରାନ୍ତିରେ ଏଠାରେ ବୁଡ ପକାଇଲେ ପବିତ୍ରତା ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେବେ ପାଣ୍ଡବ ଭ୍ରାତାମାନଙ୍କର ଅନେକ ବାହନ ଏବେ ଏଠାରେ ପଥର ହୋଇଯାଇଥିବା ଦେଖିବାକୁ ମିଳିଥାଏ । ଏଠାରେ କଳା ପଥରର ଲମ୍ବା ରାସ୍ତା ରହିଛି, ତାହା କୁଣ୍ଡ ନିକଟକୁ ପାଣ୍ଡବ ଭ୍ରାତାମାନଙ୍କର ରାସ୍ତା ଥିଲା ବୋଲି କିମ୍ବଦନ୍ତୀ କହେ । ପାଣ୍ଡବ ଭ୍ରାତାମାନଙ୍କର ପଥରରେ ପାଦଚିହ୍ନ ଖାଇବା ଥାଳ ଏବେ ବି ଦେଖିବାକୁ ମିଳିଥାଏ । ଏହି ସ୍ଥାନଟି ଉଭୟ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ସୀମାନିର୍ଦ୍ଧାରଣ କରୁଥିବା ବେଳେ କେନ୍ଦୁଝର ସୀମାନ୍ତରେ ପର୍ଯ୍ୟଟକଙ୍କ ପାଇଁ ଡାକବଙ୍ଗଳା ସମେତ ଭୋଜିକରିବା ପାଇଁ ୱାଚ୍ ଟାୱାର, ପାନୀୟ ଜଳ ବ୍ୟବସ୍ଥା ଓ ଏକ ଶିବ ମନ୍ଦିର ରହିଛି । ପ୍ରତିବର୍ଷ ମକର ମେଳା ସହ ତିନିଦିନ ବ୍ୟାପୀ ଭୀମକୁଣ୍ଡ ମହୋତ୍ସବ ଅନୁଷ୍ଠିତ ହୋଇଥାଏ । ଏଠାରେ ହଜାର ହଜାର ତୀର୍ଥଯାତ୍ରୀଙ୍କ ସମାଗମ ହୋଇଥାଏ । ପାରମ୍ପରିକ ବେଶ ପରିପାଟ୍ଟୀରେ ଚମକ୍ରାର ଢଙ୍ଗରେ ସ୍ଥାନୀୟ କଳାକାରମାନଙ୍କ ଆଦିବାସୀ ସାନ୍ତାର ନୃତ୍ୟ, ଝୁମର, ପାନ୍ଥାଶାଲିଆ ଓ ପାଲା ଆଦି ଲୋକଗୀତ ପରିବେଷଣ ଜନମନହରଣ କରିଥାଏ । ମକର ସଂକ୍ରାନ୍ତି ପରେ ରାଜ୍ୟର ବିଭିନ୍ନ ଅଂଚଳରୁ ଲକ୍ଷାଧିକ ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ଲୋକେ ବାର୍ଷିକ ଶୁଦ୍ଧିପର୍ବ ପାଳିବାକୁ କୁଣ୍ଡର ଅନତି ଦୂରରେ ଥିବା ମାରାଙ୍ଗବୁରୁ ମନ୍ଦିରରେ ଏକାଠି ହୁଅନ୍ତି । ଅନ୍ୟପଟେ ମୟୂରଭଞ୍ଜ ସୀମା ଅଞ୍ଚଳରେ ମଧ୍ୟ ଶିବମନ୍ଦିର, ଭୀମଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି, ଏହି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଓାଚ୍ ଟାୱାର ପ୍ରଶାସନ ପକ୍ଷରୁ ନିର୍ମିତ ହୋଇଛି । ପ୍ରାକୃତିକ ଶୋଭାରାଶି ଓ ଅପରୂପ ନୀଳ ଜଳରାଶି ପ୍ରତି ପର୍ଯ୍ୟଟକଙ୍କୁ ଟାଣି ଆଣିଥାଏ ଭୀମକୁଣ୍ଡ ପ୍ରତି । ମୟୂରଭଞ୍ଜ ପଟୁ ମଧ୍ୟ ଭୀମକୁଣ୍ଡର ଭ୍ରମଣ ଓ ବଣଭୋଜି କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି ।
କେମିତି ଯିବେ
ଭୁବନେଶ୍ୱରରୁ ଭୀମକୁଣ୍ଡ ପର୍ଯ୍ୟଟନସ୍ଥଳୀର ଦୂରତା ୨୧୦ କିମି ଦୂରତା । ପର୍ଯ୍ୟଟକମାନେ ବସ୍ କିମ୍ବା ଟ୍ରେନ୍ ଯୋଗେ ଏଠାକୁ ଆସିପାରିବେ । ବସ୍ରେ ଆସିବାକୁ ହେଲେ ଭୁବନେଶ୍ୱରରୁ ଘଟଗାଁ ଆସି ଅଟୋ କିମ୍ବା ପ୍ରାଇଭେଟ୍ ଗାଡି ଭଡ଼ାକରି ଭୀମକୁଣ୍ଡ ଯାଇପାରିବେ । ଯଦି ଟ୍ରେନ୍ ଯୋଗେ ଆସିବାକୁ ଚାହୁଁଛନ୍ତି ତାହା ହେଲେ ହରିଚନ୍ଦନପୁର ଷ୍ଟେସନ୍ରେ ଓହ୍ଲାଇ ପ୍ରାଇଭେଟ ଗାଡି ଭଡ଼ାରେ ଭୀମକୁଣ୍ଡ ଯାଇପାରିବେ ।

  •  
    8
    Shares
  •  
  • 8
  •  
  •  
  •  
  •  
Loading...

Join The Discussion

Loading...