Lifestyle

ଚା’ ସହିତ ଏ ସବୁ ଜିନିଷ ଖାଇଲେ ବିଗିଡ଼ିବ ଆପଣଙ୍କ ସ୍ୱାସ୍ଥ୍ୟ

  •  
  • 5
  •  
  •  
  •  
  •  
  •  
    5
    Shares

ପ୍ରାୟତଃ ଲୋକେ ନିଜ ଦିନର ଆରମ୍ଭ ଚା’ କିମ୍ବା କପେ କଫିରୁ କରିଥାନ୍ତି । ସେମାନଙ୍କୁ ଏହା ଫୁର୍ତ୍ତି  ତଥା ସତେଜ ଅନୁଭବ କରାଇଥାଏ । କିଛି ଲୋକ ଚା’ ସହିତ ଅନେକ ଜିନିଷ ଖାଇଥାନ୍ତି । କିନ୍ତୁ କିଛି ଜିନିଷ ଏମିତି ରହିଛି,ଯାହାକୁ ଚା’ ସହିତ ଖାଇବା ଦ୍ୱାରା ତାହାର କୁ-ପ୍ରଭାବ ଶରୀର ଉପରେ ପଡ଼ିଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ,ଚା’ ସହିତ କେଉଁ ଜିନିଷ ଖାଇବା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚିଥାଏ ।

୧.ଯଦି ଆପଣ ସକାଳ ସମୟରେ ଚା’ ପିଉଛନ୍ତି, ତେବେ ତା’ ସହିତ ଆଇରନ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ଚା’ରେ ଟେନିନ୍‌ ରହିଥାଏ,ଯାହା ଆଇରନ୍‌କୁ ଅବଶୋଷିତ କରିଥାଏ । ଏହା ଦ୍ୱାରା ଶରୀରରେ ଆଇରନ୍‌ର ମାତ୍ରା କମ୍‌ ହୋଇ ଯାଇଥାଏ । ଆଇରନ୍‌ଯୁକ୍ତ ଖାଦ୍ୟ ଶରୀର ପାଇଁ ଭଲ । କିନ୍ତୁ କେବେ ହେଲେ ଏହାକୁ ଚା’ ସହିତ ଖାଆନ୍ତୁ ନାହିଁ । ଏପରି କଲେ ରକ୍ତହୀନତା ସହ ଅନେକ ସମସ୍ୟା ଦେଖା ଦେଇପାରେ ।

Loading...

୨.ଚା’ ସହିତ ଅଣ୍ଡା,ପନିର କିମ୍ବା ଅନ୍ୟ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ଚା’ରେ ଥିବା ଟେନିନ୍‌ ପ୍ରୋଟିନ୍‌କୁ ଅବଶୋଷିତ କରି ଶରୀରକୁ କ୍ଷତି ପହଞ୍ଚାଇଥାଏ ।

୩.ଚା’ର ସେବନ କରୁଥିଲେ ତା’ ସହ ସବୁଜ ପରିବା ଖାଆନ୍ତୁ ନାହିଁ । ବ୍ରୋକ୍‌ଲି,ପୋଇ,ମୂଳା ଇତ୍ୟାଦି ପରିବାରେ ଭରପୂର ମାତ୍ରରେ ଆଇରନ ରହିଥାଏ ।  ଯାହାଦ୍ୱାରା ଚା’ ସହିତ ଏହାକୁ ସେବନ କଲେ ଶରୀରରେ ରକ୍ତହୀନତା,ପାଚନ ସମ୍ବନ୍ଧିତ ସମସ୍ୟା,ପେଟରେ ଯନ୍ତ୍ରଣା ହେବା ଭଳି ସମସ୍ୟା ଦେଖା ଯାଇଥାଏ ।

  •  
    5
    Shares
  •  
  • 5
  •  
  •  
  •  
  •  
Loading...

Join The Discussion

Loading...