Lifestyle

ପୁରୁଷ ବି ବ୍ୟବହାର କରିପାରିବେ ଗର୍ଭନିରୋଧକ ଟ୍ୟାବଲେଟ୍‌…

  •  
  • 1
  •  
  •  
  •  
  •  
  •  
    1
    Share

ବଜାରରେ ମହିଳାଙ୍କ ଉପଯୋଗୀ ଗର୍ଭନିରୋଧକ ଟ୍ୟାବଲେଟ୍‌ ଉପଲବ୍ଧ ହୋଇଥାଏ। ଏହାର ବ୍ୟବହାର କରିବା  ଦ୍ୱାରା ମହିଳାଙ୍କ ସେକ୍ସ୍‌ ହରମୋନ୍‌ ଉପରେ ପ୍ରଭାବ ପଡିଥାଏ। ଯାହାଦ୍ୱାରା ଶୁକ୍ରାଣୁ ଓ ଡିମ୍ବାଣୁର ମିଳନରେ ଭ୍ରୁଣ ସୃଷ୍ଟି ହୋଇପାରି ନ ଥାଏ।  ଆଗାମୀ ଦିନରେ ପୁରୁଷଙ୍କ ପାଇଁ ଏଭଳି ଟ୍ୟାବଲେଟ୍‌ ବଜାରରେ ଉପଲବ୍ଧ ହେବ। ଏହାର ବ୍ୟବହାରଦ୍ୱାରା ଶୁକ୍ରାଣୁର ଗତି ଶିଥିଳ ହୋଇଯିବ। ଫଳରେ ଏହା ଡିମ୍ବାଣୁ ସହିତ ମିଳିତ ହେବା ପୂର୍ବରୁ ହିଁ ମରିଯିବ। ଫଳରେ ଭ୍ରୁଣ ସୃଷ୍ଟି ହେବାର ଆଶଙ୍କା ରହିବ ନାହିଁ। ଏହି ଟ୍ୟାବଲେଟ୍‌ ପୁରୁଷଙ୍କ ହରମୋନ୍‌ସ୍ତର ଉପରେ କୌଣସି ଖରାପ ପ୍ରଭାବ ପକାଇବ ନାହିଁ ବୋଲି  ଗବେଷକ ସୂଚିତ କରିଛନ୍ତି। ଏହାର ସଫଳ ପରୀକ୍ଷଣ ମାଙ୍କଡ଼ଙ୍କ ଉପରେ କରାଯାଇଛି। ଏହି ଟ୍ୟାବଲେଟ୍‌ର ନାମ ଇ.ପି-୦୫୫ ରହିଛି। ଅଧିକ ପରୀକ୍ଷା ନିରୀକ୍ଷା ପରେ ଏହାକୁ ମନୁଷ୍ୟଙ୍କଠାରେ ପ୍ରୟୋଗ କରାଯିବାର ଯୋଜନା ରହିଛି। ଟ୍ୟାବଲେଟ୍‌କୁ ଆମେରିକା ଓରଗନ୍‌ ହେଲଥ୍‌ ଆଣ୍ଡ୍‌ ସାଇନ୍ସ ବିଶ୍ୱବିଦ୍ୟାଳୟର ଗବେଷକମାନେ ପ୍ରସ୍ତୁତ କରିଛନ୍ତି।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...