Lifestyle

ଲାଫିଙ୍ଗ ବୁଦ୍ଧଙ୍କ ବିଷୟରେ କିଛି ଗୁପ୍ତ ତଥ୍ୟ, ଜାଣିବା ଏହା ଘର ପାଇଁ କେତେ ଶୁଭ ଅଟେ?

  •  
  • 101
  •  
  •  
  •  
  •  
  •  
    101
    Shares

ଅନେକ ଲୋକ ଜାଣି ନଥିଲେ କାହିଁକି ଏହି ହସୁଥବା ବୁଦ୍ଧଙ୍କ ମୂର୍ତି ଏତେ ଶୁଭ। ଚାଇନିଚ ବାସ୍ତୁଶାସ୍ତ୍ର ଫେଙ୍ଗଶୁଇ ଅନୁସାରେ ଲାଫିଙ୍ଗ ବୁଦ୍ଧକୁ ଘରେ ରଖିଲେ ସୁଖ, ଶାନ୍ତି, ଧନ, ଐଶ୍ୱର୍ଯ୍ୟ ବଢିଥାଏ, ଏହା ସହିତ ଘରେ ନକରାତ୍ମକ ଶକ୍ତିର ପ୍ରଭାବ କମ୍ ପଡିଥାଏ ।

ଲାଫିଙ୍ଗ ବୁଦ୍ଧ କିଏ ? ତାଙ୍କ ପରିଚୟ କ’ଣ ?
ମନେ ରଖନ୍ତୁ ବୁଦ୍ଧ କୌଣସି ବ୍ୟକ୍ତି ନୁହନ୍ତି, ବରଂ ବ୍ୟକ୍ତିର ଏକ ଅବସ୍ଥାର ନାମ । ବୁଦ୍ଧ ଶବ୍ଦର ଅର୍ଥ ଜ୍ଞାନ । ଯାହାଙ୍କ ପାଖରେ ଅସମାପ୍ତ ଜ୍ଞାନ ଥାଏ ତାଙ୍କୁ ବୁଦ୍ଧ କୁହାଯାଏ । ଜ୍ଞାନର ପ୍ରାପ୍ତି ପରେ ସମସ୍ତଙ୍କ ମଧ୍ୟରେ ଖୁସି ବାଣ୍ଟିବା ଲାଫିଙ୍ଗ ବୁଦ୍ଧଙ୍କ ସଂଙ୍କଳ୍ପ ଅଟେ । ଆମେ ଜାଣିଛେ ଜଣେ ହସିଲେ ପରମ ସୁଖ ଓ ଶାନ୍ତି ମିଳିଥାଏ ।

Loading...

କେଉଁ ପ୍ରକାରର ଲାଫିଙ୍ଗ ବୁଦ୍ଧଙ୍କ କ’ଣ ପ୍ରଭାବ ରହିଛି?
ଯଦି ଘରେ ବାଉଲ ଧରିଥିବା ଲାଫିଙ୍ଗ୍‌ ବୁଦ୍ଧ ରଖିଲେ, ଧନର ଅଭାବ ରହେ ନାହିଁ।
ଯଦି ଘରେ ଓ ଅଫିସରେ ୪ ଜଣ ଛୁଆଙ୍କ ସହିତ ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ରଖନ୍ତି, ତେବେ ଘରେ ସକରାତ୍ମକ ଶକ୍ତି ଆସିଥାଏ।
ଯଦି ଫଙ୍ଖା ଧରିଥିବା ଲାଫିଙ୍ଗ ବୁଦ୍ଧ ରଖିଲେ ଘରେ କଳି ଝଗଡା ହୋଇନଥାଏ।
ଯଦି କାଚର ଲାଫିଙ୍ଗ ବୁଦ୍ଧ ଘରେ ରଖନ୍ତି, ତେବେ ଶାନ୍ତି ମିଳିଥାଏ ।
ଯଦି ପୁଟୁଳି ଧରିଥିବା ଲାଫିଙ୍ଗ୍‌ ବୁଦ୍ଧ ଘରେ ରଖନ୍ତି, ତେବେ ଧନ ଓ ସୌଭାଗ୍ୟ ବୃଦ୍ଧି ମିଳିଥାଏ ।
ଯଦି କମଣ୍ଡଳ ଧରିଥିବା ଲାଫିଙ୍ଗ ବୁଦ୍ଧଙ୍କୁ ଘରେ ରଖିଲେ ତେବେ ଶୀଘ୍ର ସଫଳତା ମିଳିଥାଏ ।

ଲାଫିଙ୍ଗ ବୁଦ୍ଧଙ୍କ ମୂର୍ତ୍ତି ଘରେ କେଉଁଠି ରଖିବେ?
ଘରର ମୁଖ୍ୟ ଫାଟକରେ ରଖିଲେ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇ ନଥାଏ ।
ଲାଫିଙ୍ଗ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ଏକ ସ୍ୱତନ୍ତ୍ର ସ୍ଥାନରେ ରଖନ୍ତୁ ଯେମିତି ଘରକୁ ପ୍ରବେଶ କରିବା ବେଳେ ସେହି ମୂର୍ତ୍ତିକୁ ଦେଖିପାରିବ ।

  •  
    101
    Shares
  •  
  • 101
  •  
  •  
  •  
  •  
Loading...

Join The Discussion

Loading...