Lifestyle

କାହିଁକି ଝିଅମାନେ ଅବିବାହିତ ରହିବାକୁ ସ୍ଥିର କରନ୍ତି ?

  •  
  • 5
  •  
  •  
  •  
  •  
  •  
    5
    Shares

ଆଜିକାଲି ସମସ୍ତେ ନିଜ କ୍ୟାରିୟରକୁ ନେଇ ବେଶ ସଚେତନ । ବିଶେଷ କରି ଝିଅମାନେ ଚାରିକାନ୍ଥରୁ ବାହାରି ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଉଛନ୍ତି । ଏପରି ସ୍ଥିତିରେ ଏମିତି କିଛି ଝିଅ ଅଛନ୍ତି, ଯେଉଁମାନେ ନିଜ କ୍ୟାରିୟର, ବ୍ୟବହାର ଓ ଚାଲିଚଳନ ପାଇଁ ବିବାହ ନ କରି ସବୁଦିନ କୁଆଁରୀ ରହିବାକୁ ପସନ୍ଦ କରିଥାନ୍ତି । ଆସନ୍ତୁ ଜାଣିବା ଝିଅମାନଙ୍କ ଏମିତି କିଛି ସ୍ୱଭାବ ସଂପର୍କରେ ଯାହା ସେମାନଙ୍କୁ କୁଆଁରୀ ରହିବାକୁ ପ୍ରେରିତ କରିଥାଏ ।

ତ୍ଥ କିିଛି ଝିଅ ଭାବିଥାନ୍ତି ପ୍ରେମ, ବିବାହ, ପିଲାଛୁଆ ବ୍ୟତୀତ ସମାଜରେ ଏମିତି ବହୁତ ଗୁରୁତ୍ୱପୂର୍ଣ୍ଣ କାମ ଅଛି, ଯାହାକୁ ପ୍ରାଥମିକତା ଦିଆଯିବା ଦରକାର । ଏଥିପାଇଁ ସେମାନେ ସଂସାର ଜଞ୍ଜାଳରେ ନ ପଡି ସେ ଦିଗରେ ମନ ଦେଇଥାନ୍ତି ।
ତ୍ଥ କିଛି ଝିଅଙ୍କ ଧାରଣା ସ୍ୱାମୀମାନେ ଅଯଥାରେ ରାଗିଥାନ୍ତି । ଏଥିପାଇଁ ସେମାନଙ୍କ ମନାଇବାକୁ ପଡିଥାଏ । ସେମାନଙ୍କୁ ମନାଇବା ବହୁତ କଷ୍ଟ । ବିବାହ କରି ରାଗିବା, ମନାଇବା ଜଞ୍ଜାଳରେ ପଡିବା ଅପେକ୍ଷା ସେହି ସମୟରେ ଅନ୍ୟ କିଛି କାମ କରିହେବ । ଏଥିପାଇଁ ସେମାନେ ବିବାହ କରିନଥାନ୍ତି ।
ତ୍ଥ ଝିଅମାନେ ସ୍ୱଭାବରେ ନରମ । କିଛି ଝିଅ ଭାବନ୍ତି ସେମାନଙ୍କ ସ୍ୱଭାବ ଅନ୍ୟ ଝିଅଙ୍କ ପରି ନରମ ନୁହେଁ । ଯାହା ବିବାହ ପରେ ପାରିବାରିକ କଳହର କାରଣ ପାଲଟିବ । ଏଥିପାଇଁ ସେମାନେ ବିବାହ ନକରିବାକୁ ନିଷ୍ପତ୍ତି ନେଇଥାନ୍ତି ।
ତ୍ଥ କିଛି ଝିଅ ନିଜର ବ୍ୟବହାର ଓ ଆଚାରକୁ ଅନ୍ୟମାନଙ୍କ ପାଇଁ ବଦଳାଇବାକୁ ଚାହାଁନ୍ତି ନାହିଁ । ଅନ୍ୟମାନଙ୍କ ପାଇଁ ନିଜକୁ ଆଡଜେଷ୍ଟ କରିବା ସେମାନଙ୍କ ପକ୍ଷେ ସମ୍ଭବ ହେବ ନାହିଁ ବୋଲି ଭାବିଥାନ୍ତି । ଯାହା ସେମାନଙ୍କୁ ଅବିବାହିତ ରହିବାକୁ ପ୍ରେରିତ କରିଥାଏ ।
ତ୍ଥ ସାଙ୍ଗସାଥୀଙ୍କୁ କିଛି ଝିଅ ଅଧିକ ଗୁରୁତ୍ୱ ଦେଇଥାନ୍ତି ଓ ସେମାନଙ୍କ ସହ ଅଧିକ ସମୟ ବିତାଇବାକୁ ଚାହିଁଥାନ୍ତି । ଯାହା ବିବାହ ପରେ କରିବା କଷ୍ଟକର ହୋଇଯାଇଥାଏ । ଏଥିପାଇଁ ଏପରି ଧାରଣା ରଖୁଥିବା ଝିଅମାନେ ବିବାହ ନ କରି ଏକୁଟିଆ ରହିବାକୁ ନିଷ୍ପତ୍ତି ନେଇଥାନ୍ତି ।
ତ୍ଥ ଏପରି କିଛି ଝିଅ ଅଛନ୍ତି ଯେଉଁମାନେ ଅନ୍ୟଙ୍କୁ ସେମାନଙ୍କ ସମକକ୍ଷ ଭାବନ୍ତି ନାହିଁ । ଏଥିପାଇଁ ସେମାନେ କାହାକୁ ଭଲ ବନ୍ଧୁ କରିପାରି ନଥାନ୍ତି । ଏପରି ଚିନ୍ତାଧାରା ରଖୁଥିବା ଝିଅମାନେ ନିଜ ବାପାମାଆ, ଭାଇଭଉଣୀ ଓ ସଂପର୍କୀୟଙ୍କ ସହ ମଧ୍ୟ ଠିକ୍ରେ ମିଶିପାରି ନଥାନ୍ତି । ତେଣୁ ସେମାନେ ବିବାହ କରି ଅଯଥା ଟେନ୍ସନ ନେବାକୁ ଚାହିଁ ନଥାନ୍ତି ।

Loading...
  •  
    5
    Shares
  •  
  • 5
  •  
  •  
  •  
  •  
Loading...

Join The Discussion

Loading...