Lifestyle

କେଉଁ କାମ କେତେବେଳେ ତ୍ୟାଗକଲେ ମଣିଷ ଜୀବନରେ ସଫଳ ହୁଏ ?

  •  
  • 9
  •  
  •  
  •  
  •  
  •  
    9
    Shares

-ବ୍ରାହ୍ମ ମୁହୂର୍ତ୍ତରେ ଉଠିବାରେ ଆଳସ୍ୟ ତ୍ୟାଗ କରିବ ।
– କର୍ତ୍ତବ୍ୟ କର୍ମରେ ହେଳାକୁ ତ୍ୟାଗ କରିବ ।
– ପିତାମାତାଙ୍କ ସେବାପାଇଁ “ଅବହେଳା’ ତ୍ୟାଗ କରିବ ।
– ବିପଦବେଳେ କାତରତା ତ୍ୟାଗ କରିବ ।
– ରୋଗରେ ପଡିଥିବା ବେଳେ ଅପଥ୍ୟକୁ ତ୍ୟାଗ କରିବ ।
– ଶରଣାପନ୍ନକୁ ରକ୍ଷା ପାଇଁ ଜୀବନକୁ ତ୍ୟାଗ କରିବ ।
– ସାଧନା କଲାବେଳେ କୋଳାହଳକୁ ତ୍ୟାଗ କରିବ ।
– ଆଦର୍ଶ ଜୀବନ ପାଇଁ ସ୍ୱାର୍ଥକୁ ତ୍ୟାଗ କରିବ ।
– ପରଜନ୍ମର ସୁଖ ଓ ଶାନ୍ତି ପାଇଁ ଏ ଜନ୍ମର ଗଚ୍ଛିତ ସଂପତ୍ତି ତ୍ୟାଗ କରିବ ।
– ଈଶ୍ୱରଙ୍କ ନିକଟତମ ହେବା ପାଇଁ ସଂସାରକୁ ତ୍ୟାଗ କରିବ ।
– ପୁତ୍ର ଅବାଧ୍ୟ ହେଲେ ମମତା ତ୍ୟାଗ କରିବ ।
– ସ୍ତ୍ରୀ ବିପଟୀ ହେଲେ ସୁ-ସଂପର୍କ ତ୍ୟାଗ କରିବ ।
– ପ୍ରହରୀ କାର୍ଯ୍ୟରେ ନିଦ୍ରାକୁ ତ୍ୟାଗ କରିବ ।
– ଜୀବନକୁ ଉପଭୋଗ ପାଇଁ ଗର୍ବ ଓ ଅହଂକାରକୁ ତ୍ୟାଗ କରିବ ।
– ଦେବତାଙ୍କୁ ପୂଜାକଲା ବେଳେ କାମନାକୁ ତ୍ୟାଗ କରିବ ।
– ଈଶ୍ୱରକୁ ପୂଜାକଲା ବେଳେ କାମନାକୁ ତ୍ୟାଗ କରିବ ।
– ଈଶ୍ୱରଙ୍କୁ ପ୍ରାର୍ଥନା କଲାବେଳେ ସାଂସାରିକ ଭାବନା ତ୍ୟାଗ କରିବ ।
– ଖାଦ୍ୟପ୍ରତି ଲାଳସା ତ୍ୟାଗ କରିବ ।

  •  
    9
    Shares
  •  
  • 9
  •  
  •  
  •  
  •  
Loading...

Join The Discussion

Loading...