Lifestyle

ଚିନ୍ତାମୁକ୍ତ ହିଁ ମଣିଷକୁ ଦୀର୍ଘାୟୁ କରିଥାଏ

  •  
  • 5
  •  
  •  
  •  
  •  
  •  
    5
    Shares

କଥାରେ ଅଛି, ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି । ମାଟି, ପାଣି ଓ ବାୟୁ ପ୍ରଦୂଷଣ କରିବା ପରେ ମଣିଷ ଦୀର୍ଘାୟୁ ହେବାର ଆକାଂକ୍ଷା ପୋଷଣ କରିଛି । ପରିବେଶ ପ୍ରଦୂଷଣ ମଣିଷଙ୍କ ଦୀର୍ଘାୟୁର ମୁଖ୍ୟ ପ୍ରତିବନ୍ଧକ ବୋଲି ଅଧିକାଂଶ ବିଚାର କରନ୍ତି । କିନ୍ତୁ ଟିକେ ଭଲ ଭାବେ ବିଚାର କଲେ, ସଂସାର ଜଞ୍ଜାଳରେ ବ୍ୟସ୍ତ ଲୋକଟିଏ ନାନା ଚିନ୍ତାରେ ଘାରି ହୋଇ କମ ବୟସରେ ମରିବା ସାର ।
ଆଜିକାଲି ୮୦ ବର୍ଷ ଛୁଇଁବା ସ୍ୱପ୍ନ ହୋଇଗଲାଣି । ୬୦ ବର୍ଷ ହୋଇଗଲେ, ମଣିଷ ବହୁତ ବର୍ଷ ବଂଚିଗଲା ଭାବୁଛନ୍ତି । କିନ୍ତୁ ବିଶ୍ୱର ସବୁଠାରୁ ବୟସ୍କା ମହିଳାଙ୍କ ବୟସ ୧୦୯ ବର୍ଷ । ତାଙ୍କ ଘର ସ୍କଟଲ୍ୟାଣ୍ଡରେ, ନାମ ଜେସି । ସେ କୁହନ୍ତି, ପୁରୁଷଙ୍କଠାରୁ ଦୂରତ୍ୱ ରକ୍ଷା କଲେ, ଅଯଥା ଚିନ୍ତାରେ ମୁଣ୍ଡ ପୁରାଇବାର ନାହିଁ । ବାସ୍ ଚିନ୍ତାମୁକ୍ତ ପରିବେଶ ମହିଳାଙ୍କୁ ଦୀର୍ଘାୟୁ କରେ । ଜଣେ ମହିଳା ହୋଇଥିବାରୁ ପୁରୁଷଙ୍କ ପ୍ରାଧାନ୍ୟକୁ ଦାୟୀ କରିଛନ୍ତି । କିନ୍ତୁ ବାସ୍ତବ ସତ୍ୟ ହେଲା, ଚିନ୍ତାମୁକ୍ତ ଜୀବନ ମଣିଷକୁ ଦୀର୍ଘାୟୁ କରେ ।
ତେବେ ତେଲଲୁଣର ସଂସାରରେ ଥାଇ ମଣିଷ ଚିନ୍ତାମୁକ୍ତ ରହିପାରିଲେ ହେଲା ।

  •  
    5
    Shares
  •  
  • 5
  •  
  •  
  •  
  •  
Loading...

Join The Discussion

Loading...