Lifestyle

ମହିଳାଙ୍କ ପାଖରେ କୌଣସି କଥା ଲୁଚି ରୁହେନା..

  •  
  • 2
  •  
  •  
  •  
  •  
  •  
    2
    Shares

ମହିଳାଙ୍କ ପାଖରେ ପ୍ରାୟତଃ କୌଣସି କଥା ଲୁଚି ରୁହେନା ବୋଲି କୁହାଯାଏ। ତେବେ ଏହାପଛରେ ରହିଛି ଅନେକ କାରଣ। ମହିଳା ଅନ୍ୟଙ୍କୁ ଆକୃଷ୍ଟ କରିବା ପାଇଁ ଅଧିକ କଥା କହିବାକୁ ପସନ୍ଦ କରନ୍ତି। ଫଳରେ କହୁ କହୁ ଗୋପନ କଥା ମଧ୍ୟ ପ୍ରକାଶ କରିଦେଇଥାନ୍ତି। ମହିଳା ଏବଂ ପୁରୁଷଙ୍କ ଶରୀରରେ ଭିନ୍ନ ଭିନ୍ନ ହରମୋନ୍‌ କ୍ଷରଣ ହୋଇଥାଏ। ଏହାର ପ୍ରଭାବରେ ପୁରୁଷ ପ୍ରଥମେ ଚିନ୍ତା କରି ପ୍ରତିଟି କଥା କହିବାକୁ ପସନ୍ଦ କରୁଥିବାବେଳେ ମହିଳା ବିନା ଚିନ୍ତାରେ କଥା ଆରମ୍ଭ କରନ୍ତି। ଫଳରେ ଅନେକ ସମୟରେ ଅଜାଣତରେ ବିପଦକୁ ଟାଣି ଆଣିଥାନ୍ତି। ଅନ୍ୟମାନଙ୍କ ତୁଳନାରେ ମହିଳାମାନେ ନିଜେ ଅଧିକ ଜାଣିଥିବା କଥା ସୂଚିତ କରିବା ଲାଗି ମଧ୍ୟ ସ୍ଥଳ ବିଶେଷରେ ଅଧିକ କଥା ହୋଇଥାନ୍ତି। ବେଜିଂ ବିଶ୍ୱବିଦ୍ୟାଳୟର କିଛି ଗବେଷକ ମହିଳାଙ୍କ ଏଭଳି ଗୁଣ ସମ୍ପର୍କରେ ଗବେଷଣା କରି ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏଥିରେ ଉଲ୍ଲେଖ ଅଛି ଯେ, ପ୍ରାୟ ୩୫ ପ୍ରତିଶତ ମହିଳାଙ୍କଠାରେ ଏଭଳି ଗୁଣ ଦେଖାଯାଇଥାଏ। ତେବେ ଅନ୍ୟ କେତେକ ମହିଳାଙ୍କଠାରେ ପୁରୁଷଙ୍କ ତୁଳନାରେ ମଧ୍ୟ ଅଧିକ ଚିନ୍ତା ଶକ୍ତି ରହିଥାଏ। ସେମାନେ ଦୂରଦୃଷ୍ଟି ସମ୍ପନ୍ନା ହୋଇଥିବାରୁ ଜୀବନର ପ୍ରତିଟି କ୍ଷେତ୍ରରେ ସହଜରେ  ସଫଳତା ହାସଲ କରିଥାନ୍ତି।

  •  
    2
    Shares
  •  
  • 2
  •  
  •  
  •  
  •  
Loading...

Join The Discussion

Loading...