Lifestyle

ପୁଅ-ଝିଅ କେଉଁ ଦିନ କ’ଣ ଖାଇବେ

  •  
  • 1
  •  
  •  
  •  
  •  
  •  
    1
    Share

ମଣିଷର ଦୈନନ୍ଦିନ ଜୀବନରେ ଖାଦ୍ୟର ଆବଶ୍ୟକ ରହିଛି । ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ଓ ସ୍ୱାସ୍ଥ୍ୟ ସୁସ୍ଥ ରଖିବାରେ ଏହା ସାହାଯ୍ୟ କରିଥାଏ । କେତେକ ନିରୋଗ ରହିବା ପାଇଁ ସପ୍ତାହରେ ଆପଣ କେଉଁଦିନ କ’ଣ ଖାଇବେ ଆସନ୍ତୁ ଜାଣିବା ।
ରବିବାର-ସପ୍ତାହର ଏହି ଦିନ ପ୍ରାୟ ସମସ୍ତଙ୍କର ଛୁଟିଥାଏ । ସବୁପ୍ରକାର ପନିପରିବା, ମାଂସ ଏବଂ ଫଳ ଖାଇବା ପାଇଁ ଏହା ସବୁଠୁ ଉତ୍ତମ ଦିନ । ସୂର୍ଯ୍ୟଙ୍କ ଦିନଭାବେ ଏହି ଦିନଟିକୁ ଗଣାଯାଇଥାଏ ।
ସୋମବାର-ଏହା ଚନ୍ଦ୍ରଙ୍କ ବାର ଭାବେ ସମସ୍ତେ ମାନିନିଅନ୍ତି । ଏହା ଜଳ ତତ୍ତ୍ୱର ପ୍ରତୀକ । ତେଣୁ ଏହିଦିନ ତରଭୁଜ, କାକୁଡି ଏବଂ କଖାରୁ ଖାଇବା ଉଚିତ୍ ।
ମଙ୍ଗଳବାର-ମଙ୍ଗଳ ଗୋଟିଏ ଗ୍ରହ । ଏହିଦିନ ମଙ୍ଗଳର ଉତ୍ତାପ ପୃଥିବୀ ଉପରେ ପ୍ରଭାବ ପକାଇଥାଏ । ଏହି ଦିନ ଖୁଜରୀ, ଆମ୍ବ ଏବଂ ସପୁରୀ ଖାଇବା କଥା ।
ବୁଧବାର-ବୁଧଗ୍ରହର ପ୍ରଭାବ ଏହିଦିନ ପଡିଥାଏ । ତେଣୁ ଆପଣ ଏହିଦିନ ସବୁପ୍ରକାର ଖାଦ୍ୟ ଗ୍ରହଣ କରିପାରିବେ ।
ଗୁରୁବାର-ଏହିଦିନ ବୃହସ୍ପତ୍ତିଙ୍କ ପ୍ରଭାବ ଥାଏ । କମଳା ଏବଂ ହଳଦିଆ ରଙ୍ଗର ଖାଦ୍ୟ ଯେପରିକି କମଳା, ଲେମ୍ବୁ ଓ କଦଳୀ ଖାଇପାରିବେ ।
ଶୁକ୍ରବାର-ଏହିଦିନ ଆପଣ ସବୁ ପ୍ରକାର ଖାଦ୍ୟ ଖାଇ ପାରିବେ ।
ଶନିବାର-ଏହିଦିନ ଶନିଗ୍ରହ ପ୍ରଭାବ ଥିବାରୁ ଆପଣ ତେଲମସଲା ଜାତୀୟ ଖାଦ୍ୟଠାରୁ ଦୂରେଇ ରହିବା ଉଚିତ୍ ।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...