ମଦ୍ୟପାନ କରୁଥିବା ଲୋକଙ୍କ ପାଇଁ ଖୁସି ଖବର। କାହିଁକିନା ଏବେ ଚା’ରୁ ମଦ ପ୍ରସ୍ତୁତ ହୋଇପାରିବ। ଆସାମର ରାଜଧାନୀ ଗୁଆହାଟୀରେ ୫ ଜଣ ବୈଜ୍ଞାନିକ ଏମିତି ମଦ ତିଆରି କରିଛନ୍ତି। ଟୋକଲାଇ ଟି ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟର ଏହି ବୈଜ୍ଞାନିକମାନେ କେତୋଟି ଚା’କୁ ମିଶ୍ରଣ କରି ମଦ ତିଆରି କରିଥିବା ଦାବି କରିଛନ୍ତି, ଯାହାର ବାସ୍ନା ସବୁଠାରୁ ନିଆରା। ଉକ୍ତ ସଂସ୍ଥାର ମାଇକ୍ରୋଲୋଜି ଓ ମାଇକ୍ରୋ ବାୟୋଲୋଜିର ବୈଜ୍ଞାନିକମାନେ ଚା’ରୁ ପ୍ରସ୍ତୁତ ୩ ପ୍ରକାରର ମଦ ତିଆରି କରିଛନ୍ତି। ସେଗୁଡିକ ହେଉଛି ସିଟିସି ଓ୍ବାଇନ୍, ଅର୍ଥୋଡକ୍ସ ଓ୍ବାଇନ୍ ଓ ଗ୍ରୀନ ଟି ଓ୍ବାଇନ୍। ଏହାକୁ ପିଇଲେ ସୁଗାର ଲେବଲ ନିୟନ୍ତ୍ରଣରେ ରହିଥାଏ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଏହା ଅର୍ଗାନିକ ଓ ପେଷ୍ଟିସାଇଡ୍ସ ଫ୍ରି ଗ୍ରୀନ ଟିରୁ ପ୍ରସ୍ତୁତ କରାଯାଇଛି, ଯାହା ଶରୀରରୁ ଛୋଟମୋଟ ଥଣ୍ଡା ସର୍ଦ୍ଦିକୁ ଦୂରେଇ ଦେବ ବୋଲି ସେମାନେ କହିଛନ୍ତି।
Loading...