Lifestyle

ପିଲାବେଳେ ଗାନ୍ଧିଜୀ ଲାଜକୁଳା ଥିଲେ

  •  
  •  
  •  
  •  
  •  
  •  
  •  

୧୮୬୯ ମସିହା ଅକ୍ଟୋବର ମାସ ଆଜିର ଦିନରେ ଜାତିର ପିତା ମହାତ୍ମା ଗାନ୍ଧୀ ଗୁଜରାଟର ପୋର୍ବନ୍ଦରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା କରମ୍ଚାନ୍ଦ୍ ଉତ୍ତମଚାନ୍ଦ୍ ଗାନ୍ଧୀ ପୋର୍ବନ୍ଦର ରାଜ୍ୟର ଦିୱାନ ଭାବେ ବହୁ ବର୍ଷ ଧରି କାର୍ଯ୍ୟ କରିଥିଲେ । କରମ୍ଚାନ୍ଦ ଚାରିଥର ବିବାହ କରିଥିଲେ । ପ୍ରଥମ ଦୁଇ ପତ୍ନୀ ଅତି ଅଳ୍ପ ବୟସରେ ପରଲୋକ ଗମନ କରିଥିଲେ । ଦୁଇ ପତ୍ନୀଙ୍କର ଗୋଟିଏ ଲେଖାଏଁ ଝିଅ । ତୃତୀୟ ପତ୍ନୀଙ୍କର କୌଣସି ପିଲାପିଲି ନଥିଲା । ତେଣୁ ତୃତୀୟ ପତ୍ନୀଙ୍କ ଅନୁମତିକ୍ରମେ କରମଚାନ୍ଦ ଚତୁର୍ଥ ବିବାହ କରିଥିଲେ । ତାଙ୍କ ନାମ ପୁତୁଲି ବାଈ । ତାଙ୍କର ତିନୋଟି ସନ୍ତାନ । ପୁତୁଲି ବାଈ ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ମହାତ୍ମା ଗାନ୍ଧୀଙ୍କୁ ଜନ୍ମ ଦେଇଥିଲେ । ଶ୍ରବଣ କୁମାର ଓ ରାଜା ହରିଶ୍ଚନ୍ଦ୍ରଙ୍କ କାହାଣୀ ପିଲାଦିନେ ଗାନ୍ଧୀଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା । ରାଜକୋଟ୍ରେ ଗାନ୍ଧୀ ସ୍କୁଲ ଶିକ୍ଷା ଶେଷ କରିଥିଲେ । ପାଟ୍ଟୀଗଣିତ, ଇତିହାସ ଓ ଗୁଜରାଟୀ ଭାଷା ଓ ଭୂଗୋଳରେ ତାଙ୍କର ଗଭୀର ଦଖଲ ଥିଲା । ପିଲାଦିନେ ସେ ବହୁତ ଲାଜକୁଳା ସ୍ୱଭାବର ଥିଲେ । ଖେଳ ପ୍ରତି କୌଣସି ଆଗ୍ରହ ନଥିଲା । ବହି ଓ ସ୍କୁଲ ପାଠ ଭିତରେ ସେ ଆବଦ୍ଧ ହୋଇ ରହୁଥିଲେ । ସେ ସାକାହାରୀ ଥିଲେ । ଉଚ୍ଚତା ବଢ଼ାଇବା ପାଇଁ ଶେଖ୍ ମେହତାବ୍ ନାମକ ଜଣେ ବନ୍ଧୁ ତାଙ୍କୁ ଆମିଷ ଖାଇବା ଲାଗି ପରାମର୍ଶ ଦେଇଥିଲେ ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...