Lifestyle

ଅନ୍ୟ ମହିଳାଙ୍କ ସହ ଏଭଳି ସମ୍ପର୍କ ରଖିବାକୁ ଚାହାଁନ୍ତି ପୁରୁଷ

  •  
  • 15
  •  
  •  
  •  
  •  
  •  
    15
    Shares

କେତେକ ବିବାହିତ ପୁରୁଷ ବି’ ଅନ୍ୟ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାହିଁଥାନ୍ତି। ତେବେ ଏଥିପାଇଁ ସେମାନେ ନିଜ ମହିଳା ସାଥୀଙ୍କୁ ଧୋକ୍କା ଦେଇ ନ ଥାନ୍ତି ବୋଲି ବ୍ରିଟେନର ୱିନରେଷ୍ଟର ବିଶ୍ୱବିଦ୍ୟାଳୟରେ ନିକଟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ହୋଇଛି। ଦାମ୍ପତ୍ୟ ଜୀବନରେ ପୁରୁଷ ତାଙ୍କ ମହିଳା ସାଥୀକୁ ଭଲ ପାଇବା ସହ ଅନ୍ୟ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ଲାଗି ଇଛା ପ୍ରକାଶ କରିଥାନ୍ତି। ଏନେଇ ଗବେଷକ ଦଳ ମୁଖ୍ୟ ଏରିକ୍‌ ଆଣ୍ଡରସନ୍‌ଙ୍କ ଅନୁସାରେ ପୁରୁଷ ନିଜ ଜୀବନସାଥୀଙ୍କ ସହିତ ରହିବାକୁ ପସନ୍ଦ କରନ୍ତି। ତେବେ କେତେକ ପୁରୁଷ ଅନ୍ୟ ମହିଳାଙ୍କ ସହିତ ସମ୍ପକର୍ର୍ ସ୍ଥାପନ କରିବାକୁ ଚାହାଁନ୍ତି। ଏନେଇ ଆଣ୍ଡରସନ ତାଙ୍କ ପୁସ୍ତକ ‘ଦି ମୋନୋଗାମି ଗ୍ୟାପ୍‌ ଅଫ୍‌ ହ୍ୟୁମାନ ଲଭ୍‌ ଆଣ୍ଡ ଦି ରିୟଲିଟି ଅଫ୍‌ ଚିଟିଂ’ରେ ଉଲ୍ଲେଖ କରିଛନ୍ତି ଯେ, ଧୋକ୍କା ଦେବା ଅପବାଦ ନୁହେଁ ବରଂ ଏହା ଏକ ଆଦର୍ଶ। ଆଧୁନିକ ସମାଜରେ ଲୋକମାନେ ଖୋଲାଖୋଲି ଶାରୀରିକ ସମ୍ପର୍କ ସ୍ଥାପନ ଅଧିକ ପସନ୍ଦ କରୁଛନ୍ତି। ମଣିଷ ସାମାଜିକ ପ୍ରାଣୀ ହେଲେ ମଧ୍ୟ ଅନ୍ୟ ପ୍ରାଣୀଙ୍କ ଭଳି କେତେକ ଆଚରଣ ତାହା ମଧ୍ୟରେ ରହିଛି। ଶାରୀରିକ ସମ୍ପର୍କ ଏହି ପର୍ଯ୍ୟାୟଭୁକ୍ତ। ଏନେଇ ଆଣ୍ଡରସନ ୫ ହଜାର ଦମ୍ପତିଙ୍କ ଉପରେ ଅଧ୍ୟୟନ କରିଥିଲେ। ସେମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ଏହି ଗବେଷଣା ରିପୋର୍ଟ ପ୍ରସ୍ତୁତ ହୋଇଥିଲା।

  •  
    15
    Shares
  •  
  • 15
  •  
  •  
  •  
  •  
Loading...

Join The Discussion

Loading...