Lifestyle

ଯୁବକଙ୍କ ତୁଳନାରେ ଯୁବତୀମାନେ ଅଧିକ ଏହି ସାଇଟ୍‌ ଦେଖୁଛନ୍ତି

  •  
  • 22
  •  
  •  
  •  
  •  
  •  
    22
    Shares

ଏବେ ଅଧିକାଂଶ ଯୁବତୀ ଯୁବକଙ୍କର ସମୟ ସୋସିଆଲ ମିଡ଼ିଆରେ ବିତୁଛି। ଦିନର ୧୭ ଘଣ୍ଟାରୁ ଅଧିକ ସମୟ ସେମାନେ ଏଭଳି ସାଇଟ୍‌ ଦେଖିବାରେ ବିତାଉଥିବା ମିସିଗାନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଯୁବବର୍ଗ ଅଧିକ ସମୟ ପର୍ନ ସାଇଟ୍‌ ଦେଖୁଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି। ତେବେ ଯୁବକଙ୍କ ତୁଳନାରେ ଯୁବତୀମାନେ ଅଧିକ ଏଭଳି ପର୍ନ ସାଇଟ୍‌ ଦେଖୁଛନ୍ତି। ବାହାରେ କାହା ଆଗରେ ନିଜର  ଯୌନ ଭାବନା ପରିପ୍ରକାଶ କରି ପାରୁ ନ ଥିବାରୁ ଅଧିକ ସଂଖ୍ୟକ ଯୁବତୀ ୧୪ ବର୍ଷଠାରୁ ଏଭଳି ସାଇଟ୍‌ ଦେଖିବା ଆରମ୍ଭ କରିଥାନ୍ତି। ପରବର୍ତ୍ତୀ ସମୟରେ ବିବାହ ପରେ ମଧ୍ୟ ଏହି ଅଭ୍ୟାସ ସେମାନଙ୍କର ଜାରି ରହୁଥିବା ଗବେଷଣା ରିପୋର୍ଟରେ ଦର୍ଶାଯାଇଛି। ଚାଇନା, ଜାପାନ, ଆମେରିକା, ରୁଷିଆ ଆଦି ବିକାଶଶୀଳ ଦେଶରେ ଯୁବକମାନେ ଅଧିକ ସମୟ କର୍ମକ୍ଷେତ୍ରରେ ବିତାଉଥିବାରୁ ସେମାନଙ୍କ ମଧ୍ୟରେ ଯୌନ ଭାବନା ଧୀରେ ଧୀରେ ହ୍ରାସ  ପାଉଥିବାରୁ  ଦେଖାଯାଉଛି। ଏହି ପରିବର୍ତ୍ତିତ ଜୀବନ ଶୈଳୀର ପ୍ରଭାବ କ୍ରମଶଃ ପୃଥିବୀର ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି। ଫଳରେ ଚାଇନା, ଜାପାନ ଆଦି ଦେଶରେ ଜନସଂଖ୍ୟା ବୃଦ୍ଧି ହାର ଗତ ୫ ବର୍ଷ ମଧ୍ୟରେ ଯଥେଷ୍ଟ ହ୍ରାସ ପାଉଛି। ଯୁବକଙ୍କ ମଧ୍ୟରେ ଏଭଳି ମାନସିକତା ବଢୁଥିବାରୁ ଯୁବତୀମାନେ ସୋସିଆଲ୍‌ ମିଡ଼ିଆରେ ପର୍ନ ସାଇଟ୍‌ ପ୍ରତି ବିଶେଷ ଆକର୍ଷିତ ହେଉଛନ୍ତି। ଏହାଦ୍ୱାରା ମାନସିକ ଅବସାଦ ଘଟଣା ବଢ଼ିଚାଲିଥିବା ରିପୋର୍ଟରେ ଦର୍ଶାଯାଇଛି। ଦିନର ଅଧିକ ସମୟ ପର୍ନ ସାଇଟ୍‌ ଦେଖିବାରେ ଯୁବତୀମାନେ ବିତାଉଛନ୍ତି। ଫଳରେ ୪୦ ପ୍ରତିଶତ ଯୁବତୀ ହତାସ ଭାବ ଏବଂ ଅବସାଦର ଶିକାର ହେଉଛନ୍ତି। ସେହିପରି ୧୫ ପ୍ରତିଶତ ଯୁବକମାନେ ମଧ୍ୟ ଏଭଳି ସାଇଟ୍‌ ଦେଖି ଅବସାଦ ଗ୍ରସ୍ତ ହେଉଥିବା ରିପୋର୍ଟରେ ପ୍ରକାଶ ପାଇଛି।

  •  
    22
    Shares
  •  
  • 22
  •  
  •  
  •  
  •  
Loading...

Join The Discussion

Loading...