Lifestyle

“ନର୍ମାଲ ଡେଲିଭରୀ’ ପାଇଁ ବ୍ୟାୟାମ

  •  
  • 1
  •  
  •  
  •  
  •  
  •  
    1
    Share

ଗର୍ଭାବସ୍ଥାରେ ମୁଖ୍ୟତଃ ୩ଟି କାରଣ ପାଇଁ ବ୍ୟାୟାମ ଜରୁରୀ । ଗର୍ଭସ୍ଥ ଶିଶୁ ମଧ୍ୟରେ ରକ୍ତ ସଂଚାଳନ ଠିକ୍ ଭାବେ ହୋଇଥାଏ । ଦ୍ୱିତୀୟତଃ ଏହା ଶରୀରକୁ ସକ୍ରିୟ କରିଥାଏ । ଏହି ସମୟରେ ଗର୍ଭବତୀଙ୍କ ଶରରରେ ହରମୋନଜନିତ ବିଭିନ୍ନ ପରିବର୍ତ୍ତନ ଦେଖାଦିଏ । ଫଳରେ ଅଣ୍ଟା ବିନ୍ଧା ଓ ଗୋଡା ଦରଜ ଆଦି ହୋଇଥାଏ । ଆଗରୁ ପ୍ରାୟ ମହିଳା କେବଳ ଗୃହିଣୀ ଥିଲେ । ତେଣୁ ଘରକାମକୁ ଗୁରୁତ୍ୱ ଦେଉଥିଲେ, ମାତ୍ର ଆଜିକାଲିର କର୍ମଜୀବୀ ମହିଳାମାନେ ମୁଖ୍ୟତଃ ଚେୟାରରେ ବସି କାମ କରୁଛନ୍ତି । ତେଣୁ ନର୍ମାଲ ଡେଲିଭରୀ ପାଇଁ ବ୍ୟାୟାମ୍ ବେଶ୍ ସହାୟକ । କାରଣ ଆଗରୁ ଗୃହିଣୀମାନେ ଘରପୋଛା ଓ ତଳେ ବସିବା ଆଦି କରୁଥିଲେ, ଯାହା ଫଳରେ ଶରୀର ଷ୍ଟ୍ରେଚେବୁଲ୍ ରହୁଥିଲା ଓ ନର୍ମାଲ ଡେଲିଭରୀ ସହଜ ହେଉଥିଲା । ମାତ୍ର ଆଜିକାଲି ଆଧୁନିକ ମହିଳାମାନେ ପ୍ରାୟ ଏସବୁ କରୁନାହାନ୍ତି । ତେଣୁ ବ୍ୟାୟାମର ଆବଶ୍ୟକତା ବଢିଛି । ତୃତୀୟତଃ ବ୍ୟାୟାମ ଦ୍ୱାରା ପରିବର୍ତ୍ତିତ ହରମୋନର ସ୍ଥିତି ନିୟନ୍ତ୍ରିତ ରହିଥାଏ । ମାତ୍ର ଏହି ସମୟରେ ସାଧାରଣ କେତେକ ନିର୍ଦ୍ଦିଷ୍ଟ ବ୍ୟାୟାମ ଆବଶ୍ୟକ । ଗର୍ଭାବସ୍ଥାକୁ ୩ ଭାଗରେ ବିଭକ୍ତ କରି ବ୍ୟାୟାମ କରାଯାଇଥାଏ ।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...