Lifestyle

ଏଟିଏମ୍‌ ମେସିନ୍‌ କେମିତି ଗ୍ରାହକଙ୍କୁ ସଠିକ୍ ଟଙ୍କା ଗଣି କରି ଦେଇଥାଏ…

  •  
  • 8
  •  
  •  
  •  
  •  
  •  
    8
    Shares

ଲୋକମାନେ ଟଙ୍କା ଉଠାଇବାକୁ ଆଉ ସାଧାରଣତଃ ବ୍ୟାଙ୍କରେ ପୂର୍ବପରି ଭିଡ଼ ଲଗାଉ ନାହାନ୍ତି। ବ୍ୟାଙ୍କଗୁଡ଼ିକ ଏଟିଏମ୍‌ ଖୋଲିବା ଦ୍ୱାରା ଲୋକମାନେ ୨୪ ଘଣ୍ଟା ଟଙ୍କା ଉଠାଇବା ସୁବିଧା ପାଉଛନ୍ତି। ତେବେ ଗ୍ରାହକ ଯେତିକି ଟଙ୍କା ମାଗିଥାନ୍ତି, ଏଟିଏମ୍‌ ସେହି ଟଙ୍କା କିଭଳି ଗଣିକି ଦେଇଥାଏ, ତାହାକୁ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା କେମିତି ଏଟିଏମ୍‌ ଠିକ ଟଙ୍କା ଗଣି ଗ୍ରାହକକୁ ଦେଇଥାଏ।

Loading...

ଗ୍ରାହକ ଦବାଇଥିବା ପିନ୍‌ ନମ୍ବରକୁ ଏଟିଏମ୍‌ ମେସିନ୍‌ ପ୍ରଥମେ ଯାଞ୍ଚ କରିଥାଏ। ଏହି ଯାଞ୍ଚ ସରିବା ପରେ ଯଦି ଆପଣଙ୍କ ଆକାଉଣ୍ଟରେ ପର୍ଯ୍ୟାପ୍ତ ଟଙ୍କା ଥାଏ, ତା’ ହେଲେ ଆପଣ ଅନୁରୋଧ କରିଥିବା ଟଙ୍କା ପ୍ରଦାନ ଲାଗି ଏହି ଇଲେକ୍ଟ୍ରୋ-ମେକାନିକାଲ ମେସିନ୍‌କୁ ନିର୍ଦ୍ଦେଶ ଯାଇଥାଏ। ଏହାପରେ ଏଟିଏମ୍‌ରୁ ୨ ହଜାର ଟଙ୍କିଆ, ୫୦୦ ଟଙ୍କିଆ, ୨୦୦ଟଙ୍କିଆ ଏବଂ ୧୦୦ ଟଙ୍କିଆ ନୋଟ୍‌ ବାହାରିଥାଏ। ତେବେ ଏଟିଏମ୍‌ ଟଙ୍କା ପ୍ରଦାନ କରିବା ସମୟରେ ଏକ ନିର୍ଦ୍ଦିଷ୍ଟ ଫର୍ମୁଲା ବା ନୀତି ଅବଲମ୍ବନ କରିଥାଏ। ତାହା ହେଲା, ଶେଷରେ ବାହାରିବାକୁ ଥିବା ନୋଟ୍‌ଟି ଏଟିଏମ୍‌ରେ ଉପଲବ୍ଧ ହେଉଥିବା ନୋଟ୍‌ ମଧ୍ୟରେ ସବୁଠୁ କମ୍‌ ଅଙ୍କ ଏବଂ ମୂଲ୍ୟର ହୋଇଥିବ।

ଉଦାହରଣ ସ୍ୱରୂପ ଯଦି ଆପଣ ଏଟିଏମ୍‌ରୁ ହଜାରେ ଟଙ୍କା ଉଠାଇବାକୁ ନିର୍ଦ୍ଦେଶ ଦେଇଥାନ୍ତି ଏବଂ ଏଟିଏମ୍‌ରେ ୫୦୦ ଏବଂ ୧୦୦ ଟଙ୍କିଆ ନୋଟ୍‌ ଉପଲବ୍ଧ ଥାଏ, ତା’ ହେଲେ ଏଟିଏମ୍‌ଟି ଗୋଟିଏ ୫୦୦ ଟଙ୍କିଆ ଏବଂ ୫ଟି ୧୦୦ ଟଙ୍କିଆ ନୋଟ୍‌ ଦେବ। ଯଦି ଏଟିଏମ୍‌ରେ ୫୦୦ ଏବଂ ୧୦୦ ଟଙ୍କିଆ ନୋଟ୍‌ ବଦଳରେ ୨୦୦ ଏବଂ ୧୦୦ ଟଙ୍କିଆ ନୋଟ୍‌ ରହିଥାଏ, ତା’ ହେଲେ ଏଟିଏମ୍‌ରୁ ୪ଟି ୨୦୦ ଟଙ୍କିଆ ଏବଂ ୨ଟି ୧୦୦ ଟଙ୍କିଆ ନୋଟ୍‌ ଆସିଥାଏ। ଯଦି ଟଙ୍କା ଉଠାଣ ସମୟରେ ଏଟିଏମ୍‌ରେ ୫୦୦, ୨୦୦ ଏବଂ ୧୦୦ ଟଙ୍କିଆ ନୋଟ୍‌ ଥାଏ, ତା’ ହେଲେ ଗୋଟିଏ ୫୦୦ ଟଙ୍କିଆ, ୨ଟି ୨୦୦ ଟଙ୍କିଆ ଏବଂ ଗୋଟିଏ ୧୦୦ ଟଙ୍କିଆ ନୋଟ୍‌ ବାହାରିବ।

ଏଟିଏମ୍‌ରେ ଯେଉଁଠି ନୋଟ୍‌ ରଖାଯାଏ, ତାହାକୁ ସାଧାରଣତଃ କ୍ୟାସେଟ୍ କୁହାଯାଇଥାଏ। ପ୍ରତ୍ୟେକ କ୍ୟାସେଟ୍‌ରେ ଗୋଟିଏ ମୂଲ୍ୟର ନୋଟ୍‌ ରହିଥାଏ। ଦେଶରେ ଅଧିକାଂଶ ଏଟିଏମ୍‌ରେ ପ୍ରାୟତଃ ୪ଟି କ୍ୟାସେଟ୍ ରହିଥାଏ। ତେବେ କେତେକ ପୁରୁଣା ଏଟିଏମ୍‌ରେ ଦୁଇଟି କ୍ୟାସେଟ ରହିଥାଏ।

ଏଟିଏମ୍‌ରୁ ଟଙ୍କା ବାହାରିବା ସମୟରେ ଏକ ଶବ୍ଦ ସୃଷ୍ଟି ହୋଇଥାଏ। ଡିସ୍‌ପେନ୍‌ସର୍‌ଟି କ୍ୟାସେଟ୍‌ରୁ ନୋଟ୍‌ ଗଣି କାଢ଼ିବା ସମୟରେ ଏହି ଶବ୍ଦ ସୃଷ୍ଟି ହୋଇଥାଏ। ନୋଟ୍‌ଗୁଡ଼ିକ ହାତରେ ଗଣିବା ଭଳି କ୍ୟାସେଟରୁ ଗୋଟିଏ ପରେ ଗୋଟିଏ ଆସିଥାଏ। ଏହାପରେ ସେଗୁଡ଼ିକ ଡିସ୍‌ପେନ୍‌ସର ବେଲ୍ଟ ମାଧ୍ୟମରେ ଏଟିଏମ୍‌ରୁ ଟଙ୍କା ବାହାରିବା ସ୍ଥାନକୁ ଆସିଥାଏ। ଏଟିଏମ୍‌ ଠିକ୍‌ ଭାବେ ଟଙ୍କା ଗଣିଥାଏ। କିନ୍ତୁ ବିରଳରୁ ଅତି ବିରଳ ଘଟଣାରେ ଭୁଲ ସଂଖ୍ୟକ ନୋଟ୍‌ ବାହାରିବା ଦେଖାଯାଇଥାଏ।

ବିଶେଷଜ୍ଞଙ୍କ କହିବାନୁଯାୟୀ, ଏଟିଏମ୍‌ରେ କେତେ ପରିମାଣର ଟଙ୍କା ଭର୍ତ୍ତି କରାଯାଏ, ତାହା ଅନେକଗୁଡ଼ିଏ ବିଷୟ ଉପରେ ନିର୍ଭର କରେ। ସେଗୁଡ଼ିକ ମଧ୍ୟରେ ଅତୀତରେ ହାରାହାରି ଏଟିଏମ୍‌କୁ କେତେଥର ବ୍ୟବହାର କରାଯାଉଛି, ହାରାହାରି ଉଠାଣ କେତେ ରହୁଛି, ଟଙ୍କା ଭର୍ତ୍ତି କରାଯିବାର ସମୟ କଣ ଯଥା ବେତନ ନେବାର ସମୟ, ପର୍ବପର୍ବାଣୀ ସମୟ, ଦୀର୍ଘଦିନ ଧରି ବ୍ୟାଙ୍କ ଛୁଟି ରହିବା ସମୟ ଏବଂ କ୍ୟାସ ଭଲଟ୍‌ଠାରୁ ଏଟିଏମ୍‌ର ଦୂରତା ଆଦି ଅନ୍ୟତମ।

  •  
    8
    Shares
  •  
  • 8
  •  
  •  
  •  
  •  
Loading...

Join The Discussion

Loading...