Lifestyle

ଜାଣନ୍ତୁ, କାହିଁକି ଝିଅ ବିଦା ବେଳେ ହଳଦୀ ମିଶା ଚାଉଳ ଫୋପାଡାଯାଏ

  •  
  • 3
  •  
  •  
  •  
  •  
  •  
    3
    Shares

ବିବାହ ସମୟରେ ଭାରତରେ ଅନେକ ପରମ୍ପରା ପାଳିତ ହୋଇଥାଏ। ବିବାହରେ ଝିଅ ବିଦା ସମୟରେ ଚାଉଳରେ ହଳଦି ମିଶାଇ ଫୋପାଡ଼ିବା ପରମ୍ପରା ସମ୍ପନ୍ନ ରହିଛି। ଏହା ଦ୍ୱାରା ନବଦମ୍ପତିଙ୍କ ଜୀବନରେ ଖୁସି ଆସିଥାଏ ବୋଲି ବିଶ୍ୱାସ ରହିଛି। ଏପରି କଲେ ନବଦମ୍ପତିଙ୍କର ସନ୍ତାନ ପ୍ରାପ୍ତି ହେବା ସହ ସୌଭାଗ୍ୟ ମିଳେ। ତେବେ ଶାସ୍ତ୍ରରେ ଉଲ୍ଲେଖ ଅଛି ଯେ, ଦୁହିତା ଦୁଇ କୁଳକୁ ହିତା। ଝିଅ ବିଦା ହୋଇ ନୂଆ ଘରକୁ ଯାଇ ସଂସାର ଆରମ୍ଭ ପୂର୍ବରୁ  ଏପରି କରି ବାପ ଘର ମୋହ ତ୍ୟାଗ କରିଥାଏ। ଏହାଦ୍ୱାରା ନିଜ ନୂଆ ସଂସାରରେ ଏକନିଷ୍ଠଭାବେ କର୍ତ୍ତବ୍ୟ ପାଳନ କରିପାରେ। ଏହି ପରମ୍ପରା ଅତି ପ୍ରାଚୀନ କାଳରୁ ଭାରତୀୟ ସଭ୍ୟତା ସହ ଜଡ଼ିତ ହୋଇ ରହିଛି। ବିଦେଶରେ ମଧ୍ୟ କେତେକ ସ୍ଥାନରେ ଏପରିି ପରମ୍ପରା ପାଳିତ ହୋଇଥାଏ। ଫ୍ରାନ୍ସରେ ଝିଅ ବିବାହ ପରେ ଚାଉଳ ସହ ଗହମ ମିଶାଇ ଫିଙ୍ଗାଯାଏ। ଏହାଦ୍ୱାରା ଭବିଷ୍ୟତ ଜୀବନ ମଙ୍ଗଳମୟ ହୁଏ ବୋଲି ବିଶ୍ୱାସ ରହିଛି।

  •  
    3
    Shares
  •  
  • 3
  •  
  •  
  •  
  •  
Loading...

Join The Discussion

Loading...