Lifestyle

ଜାଣନ୍ତୁ, କାହିଁକି ରାତିରେ ପିତା ଖାଇବା ବାରଣ

  •  
  •  
  •  
  •  
  •  
  •  
  •  

ରାତିରେ ପିତା ଜାତୀୟ ଖାଦ୍ୟ ଖାଇଲେ ଶରୀର ଉପରେ ପଡ଼ିଥାଏ ନକାରାତ୍ମକ ପ୍ରଭାବ। ପିତା ଜାତୀୟ ଖାଦ୍ୟ ସାଧାରଣତଃ ହଜମ ହେବା ପାଇଁ ଅଧିକ ସମୟ ନେଇଥାଏ। ଏହାଛଡ଼ା ଦିନବେଳେ ସୂର୍ଯ୍ୟ ଥିବାରୁ ଶରୀରର ମେଟାବୋଲିକ୍‌ ପ୍ରକ୍ରିୟା ତ୍ୱରାନ୍ବିତ ହୋଇଥାଏ। ତେବେ ରାତିରେ ଏହା ସମ୍ଭବ ହୋଇପାରି ନ ଥାଏ। ତେଣୁ ରାତିରେ ସହଜରେ ହଜମ ହେଉଥିବା ଖାଦ୍ୟ ଖାଇବା ଆବଶ୍ୟକ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ପିତା ଜାତୀୟ ଖାଦ୍ୟ ଶରୀରରେ ରକ୍ତ ଶର୍କରା ହ୍ରାସ କରିଥାଏ। ଫଳରେ ରାତିରେ ହାଇପରଗ୍ଲାସେମିଆ ହେବାର ଆଶଙ୍କା ରହିଥାଏ। ସେହିପରି ଏହା ରକ୍ତସଞ୍ଚାଳନ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବାରୁ ହାର୍ଟଆଟାକ୍‌ ଭଳି ସମସ୍ୟା ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ରହିଥାଏ। ଗର୍ଭବତୀ ମହିଳା ରାତିରେ ପିତା ଜାତୀୟ ଖାଦ୍ୟ ଖାଇଲେ ଗର୍ଭପାତ ହେବାର ଆଶଙ୍କା ରହିଥାଏ । ପିତା ଖାଦ୍ୟ ଲିଭରର୍‌ ସ୍ବାଭାବିକ କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ। ତେଣୁ ରାତିରେ ପିତା ଖାଇବାକୁ ବାରଣ କରାଯାଇଥାଏ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...