Lifestyle

ଆଜି ବୁଲିଯିବା ବୋଧଗୟା

  •  
  • 19
  •  
  •  
  •  
  •  
  •  
    19
    Shares

ପ୍ରାଚୀନ ଧାର୍ମିକସ୍ଥଳ ସହ ଲୋକଙ୍କର ଗଭୀର ଆସ୍ଥା ଯୋଡ଼ ି ହୋଇଛି । ବିଶ୍ୱର ବିଭିନ୍ନ ସ୍ଥାନରେ ରହିଛି ପ୍ରସିଦ୍ଧ ତୀର୍ଥସ୍ଥଳ । ତନ୍ମଧ୍ୟରୁ ବୋଧଗୟା ଅନ୍ୟତମ । ଗୌତମ ବୁଦ୍ଧଙ୍କ ଜ୍ଞାନ ଉଦୟସ୍ଥଳୀ ବୋଧଗୟା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କର ଅତିପ୍ରିୟ…
ବୋଧିବୃକ୍ଷର ଛାଇ
ମହାତ୍ମା ବୁଦ୍ଧଙ୍କ ନାମ ଶୁଣିବା ମାତ୍ରକେ ସର୍ବପ୍ରଥମେ ଲୋକଙ୍କ ମନକୁ ଗୋଟିଏ ପ୍ରଶ୍ନ ଆସେ, ସେ ପାବନ ଭୂମି କିପରି ଥିବ,ଯେଉଁଠାରେ ତାଙ୍କ ଜ୍ଞାନ ଉଦୟ ହୋଇଥିଲା? ବିହାରର ଗୟା ଜିଲ୍ଲା ନିକଟସ୍ଥ ନିରଞ୍ଜନା ନଦୀ ତଟସ୍ଥିତ ଉରୁବିଲ୍ୱ ନାମକ ଗ୍ରାମରେ କପିଳବାସ୍ତୁର ରାଜକୁମାର ସିଦ୍ଧାର୍ଥ ୪୯ ଦିନ କଠୋର ତପସ୍ୟା କରିଥିଲେ । ପିପଳ ବୃକ୍ଷର ଛାଇ ତଳେ ସେ କରିଥିବା ତପସ୍ୟାରେ ସଫଳ ମଧ୍ୟ ହୋଇଥିଲେ । ଏହି ପିପଳ ବୃକ୍ଷକୁ ବୋଧିବୃକ୍ଷ କୁହାଯାଏ । ବୈଶାଖ ମାସ ପୂର୍ଣ୍ଣିମା ଦିନ ତାଙ୍କୁ ଦିବ୍ୟଜ୍ଞାନ ପ୍ରାପ୍ତି ହୋଇଥିଲା, ତେଣୁ ଏହି ଦିନକୁ ବୁଦ୍ଧ ପୂର୍ଣ୍ଣିମା ଭାବେ ପାଳନ କରାଯାଏ ।

Loading...

ଏହି ଅବସରରେ ବିଭିନ୍ନ ଦେଶର ବୌଦ୍ଧଧର୍ମାବଲମ୍ବୀ ଓ ଅନୁଗାମୀ ବିହାରର ଗୟା ସହରଠାରୁ ୧୨ କିଲୋମିଟର ଦୂରରେ ଥିବା ବୋଧଗୟା ନାମକ ସ୍ଥାନରେ ଗୌତମ ବୁଦ୍ଧଙ୍କ ପୂଜା ଅର୍ଚ୍ଚନା କରିବାକୁ ଏକତ୍ର ହୁଅନ୍ତି । ବୋଧଗୟାସ୍ଥିତ ମହାବୋଧି ମନ୍ଦିରରେ ଭଗବାନ ବୁଦ୍ଧଙ୍କ ପଦ୍ମାକାର ଆସନ ସଂରକ୍ଷିତ ରହିଛି, ଯେଉଁଥିରେ ବସି ସେ ଧ୍ୟାନ କରିଥିଲେ । ମହାବୋଧି ମନ୍ଦିର ନିକଟରେ ତିଽତୀୟ, ଚୀନ୍, ଜାପାନ, ବର୍ମା ଓ ଥାଇଲ୍ୟାଣ୍ଡ୍ର ବୌଦ୍ଧ ଅନୁୂଗାମୀଙ୍କ ମଠ ରହିଛି । ଏହି ପୂରା କ୍ଷେତ୍ରକୁ ମହାବୋଧି ବିହାର କୁହାଯାଏ । ଏହା ଭିତରେ ୧୦୦ଟି ବୌଦ୍ଧ ସ୍ତୂପ ରହିଛି । ବୌଦ୍ଧ ଧର୍ମର ଦୀକ୍ଷା ନେବା ପରେ ସମ୍ରାଟ ଅଶୋକ ଏହାର ନିର୍ମାଣ କରିଥିଲେ । ମାନସିକ ଶାନ୍ତିର ସନ୍ଧାନରେ ସେ ଅଧିକାଂଶ ସମୟରେ ଏଠାକୁ ଭ୍ରମଣ କରିବାକୁ ଆସୁଥିଲେ । ୧୮୬୦ରେ କନିଙ୍ଗ୍ହାମ୍ ନାମକ ଜଣେ ବିଶିଷ୍ଟ ପ୍ରତ୍ନତତ୍ତ୍ୱଶାସ୍ତ୍ରୀ ଏହି ବୌଦ୍ଧ ମନ୍ଦିରର ଜୀର୍ଣ୍ଣୋଦ୍ଧାର କରିଥିଲେ । କାରଣ ଏହାର ନିମ୍ନଭାଗ ପୂର୍ବରୁ ଧ୍ୱସ୍ତବିଧ୍ୱସ୍ତ ହୋଇସାରିଥିଲା ।
ଆକର୍ଷଣର କେନ୍ଦ୍ର
ବୋଧଗୟାରେ ମହାବୋଧି ମନ୍ଦିର ଓ ଐତିହାସିକ ପିପଳ ବୃକ୍ଷ ବ୍ୟତୀତ ତିଽତୀୟ ମନ୍ଦିର, ଚୀନ୍ ମନ୍ଦିର, ଜାପାନୀ ମନ୍ଦିର, ଭୂଟାନ୍ ମନ୍ଦିର ଓ ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ ଆଦି ରହିଛି । ବୌଦ୍ଧ ମନ୍ଦିରର ସ୍ତୂପ ଗ୍ରାନାଇଟ୍ ପଥରରେ ନିର୍ମିତ । ଏଥିରେ ପ୍ରାୟ ୩୦ଟି ବଡ଼ ବଡ଼ ଝରକା ରହିଛି । ବୋଧଗୟାଠାରୁ ଅଳ୍ପ ଦୂରରେ ଢୋଗେଶ୍ୱରୀ ଗୁମ୍ଫା ରହିଛି, ଯେଉଁଠାରେ ଗୌତମ ବୁଦ୍ଧ ଚିନ୍ତନ-ମନନ କରିଥିଲେ ।

ବୋଧଗୟାର ପ୍ରମୁଖ ଆକର୍ଷଣ ହେଉଛି ଜାପାନୀ ବୌଦ୍ଧ ଅନୁଗାମୀଙ୍କ ଦ୍ୱାରା ନବନିର୍ମିତ ଭଗବାନ ବୁଦ୍ଧଙ୍କ ବିଶାଳକାୟ ପ୍ରତିମା । ଏହା ଅନେକ ଦୂରରୁ ଦୃଷ୍ଟିଗୋଚର ହୋଇଥାଏ । ଚାନାର୍ର ଗୋଲାପି ପଥରରେ ଏହା ନିର୍ମାଣ କରାଯାଇଛି । ପ୍ରତିମାର ଉଚ୍ଚତା ୮୦ ଫୁଟ୍ ଓ ଚଉଡ଼ା ୫୧ ଫୁଟ୍ । ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ଏହି ପ୍ରତିମା ନିର୍ମିତ ହୋଇଛି । ଏଥିପାଇଁ ୪ବର୍ଷ ସମୟ ଲାଗିଥିଲା । ୧୯୯୦ ନଭେମ୍ବର ୧୮ରେ ବୌଦ୍ଧ ଧର୍ମଗୁରୁ ଦଲାଇଲାମା ଏହାକୁ ଉଦ୍ଘାଟନ କରିଥିଲେ । ବର୍ତ୍ତମାନ ବିଶାଳ ଧର୍ମଚକ୍ର ଉପରେ ମହାତ୍ମା ବୁଦ୍ଧଙ୍କ ଅନେକ ଉପଦେଶ ଅଙ୍କିତ ହୋଇଛି । ‘ବୁଦ୍ଧଂ ଶରଣଂ ଗଚ୍ଛାମି’ର ଧ୍ୱନିରୁ ଏହି ମନ୍ଦିର ସର୍ବଦା ଜୀବନ୍ତ ମନେ ହୋଇଥାଏ ଓ ସନ୍ଧ୍ୟା ହେବା ମାତ୍ରକେ ରଙ୍ଗୀନ୍ ଆଲୋକ ଚାରିଆଡ଼େ ଝଲସିଉଠେ ।
ଅନ୍ୟ ପ୍ରମୁଖ ଦର୍ଶନୀୟ ସ୍ଥଳ
ିହିନ୍ଦୁଙ୍କ ପ୍ରମୁଖ ତୀର୍ଥସ୍ଥଳ ଗୟାଧାମ ମଧ୍ୟ ବୋଧଗୟାର ଦକ୍ଷିଣ ଦିଗରେ ଅବସ୍ଥିତ । ଯେଉଁଠାରେ ଲୋକେ ନିଜ ପୂର୍ବଜଙ୍କ ଆତ୍ମାର ଶାନ୍ତି ପାଇଁ ପିଣ୍ଡଦାନ କରିଥାନ୍ତି । ବୋଧଗୟାର ଅନତି ଦୂରରେ ଥିବା ରାଜଗୀରର ବିଶ୍ୱଶାନ୍ତି ସ୍ତୂପ ମଧ୍ୟ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର । ଏମିତିରେ ବୋଧଗୟା ବୌଦ୍ଧ ଅନୁଗାମୀଙ୍କ ସବୁଠୁ ବଡ଼ ତୀର୍ଥସ୍ଥଳ, କିନ୍ତୁ ଅନ୍ୟ ଧର୍ମର ଲୋକ ମଧ୍ୟ ଏଠାରେ ଆଧ୍ୟାତ୍ମିକ ଶାନ୍ତି ପାଇଁ ଆସିଥାନ୍ତି ।
କିପରି ଯିବେ
ଗୟା, ରାଜଗୀର, ନାଳନ୍ଦା, ପାୱାପୁରୀରୁ ବିହାର ପର୍ଯ୍ୟନ୍ତ ଯିବାକୁ ଉତ୍ତମ ସାଧନ ହେଉଛି ଟ୍ରେନ୍ । ଏହି ସ୍ଥାନକୁ ଭ୍ରମଣ ପାଇଁ ଭାରତୀୟ ରେଲ୍ୱେ ଦ୍ୱାରା ଏକ ବିଶେଷ ଟ୍ରେନ୍ରେ ପରିକ୍ରମା କରାଯାଏ । ଏହି ଟ୍ରେନ୍ ବ୍ୟତୀତ ଅନେକ ଟ୍ରେନ୍ ଯେମିତି ଶ୍ରମଜୀବୀ ଏକ୍ସପ୍ରେସ୍, ପାଟ୍ନା-ରାଜଗୀର ଇଣ୍ଟରସିଟି ଏକ୍ସପ୍ରେସ୍ ତଥା ପାଟ୍ନା-ରାଜଗୀର ପାସେଞ୍ଜର୍ ଟ୍ରେନ୍ ମଧ୍ୟ ଏଠାକୁ ଆସେ । ଏଠାକାର ନିକଟତମ ବିମାନବନ୍ଦର ଗୟା । ଗୟାଠାରୁ କୋଲ୍କାତା ଓ ବ୍ୟାଙ୍କକ୍ର ସାପ୍ତାହିକ ଉଡ଼ାଣର ସୁବିଧା ମଧ୍ୟ ନେଇହେବ ।

  •  
    19
    Shares
  •  
  • 19
  •  
  •  
  •  
  •  
Loading...

Join The Discussion

Loading...