METRO TV BUREAU
Image

ଟ୍ରେନରେ କଟି ମହିଳା ମୃତ



ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ବୋଲଗଡ ଠାରେ ସକାଳ ପ୍ରାୟ ୭ଟାରେ ଜଣେ ମହିଳାଙ୍କର ଟ୍ରେନରେ କଟି ମୃତ୍ୟୁ ଘଟିଛି | ମୃତ ମହିଳା ଜଣକ ହେଉଛନ୍ତି ବୋଲଗଡ ଥାନା ମରଦାବାଡ଼ି ଗ୍ରାମର ଚକ୍ରଧର ପଶ୍ଚିମକବାଟଙ୍କ ପତ୍ନୀ ଶ୍ୱେତଲତା ପଶ୍ଚିମକବାଟ | ଘଟଣାରୁ ପ୍ରକାଶ ଯେ , ଶ୍ୱେତଲତା ଘରୁ ସକାଳ ସମୟରେ ବାହାରି ଆସିଥିଲେ | ମାତ୍ର ବୋଲଗଡ ଠାରେ ଟ୍ରେନ ଲାଇନ ରେ ଶ୍ୱେତଲତାଙ୍କ ମୃତ ଦେହ ୨ଖଣ୍ଡ ହୋଇ ପଡିଥିବାର ଦେଖିବାକୁ ମିଳିଥିଲା |  ଏନେଇ ଶ୍ୱେତଲତାଙ୍କ ପୁଅ ପ୍ରମୋଦ ବୋଲଗଡ ଥାନାରେ ଜଣାଇଥିଲେ | ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ପଠାଇଛି | ଏ ସଂକ୍ରାନ୍ତରେ ବୋଲଗଡ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି |