METRO TV BUREAU
Image

ହିରୋ ରୁ ଜିରୋ ବନିଲେ କିଙ୍ଗ ଖାନ ଶାହରୁଖ



ବଲିଉଡ଼ କିଙ୍ଗ ଖାନ ନୂଆବର୍ଷ ର ପ୍ରଥମ ଦିନରେ ନିଜ ଫ୍ୟାନ ମାନଙ୍କ ପାଇଁ ସାଜିଲେ ହିରୋ ରୁ ଜ଼ିରୋ | ଏହି ଦିନ ରେ ଶାହରୁଖ ନିଜ ଅପକମିଂ ମୁଭି ଜ଼ିରୋ ର ଟିଜର ରିଲିଜ କରିଛନ୍ତି  | ସବୁବେଳେ ଦର୍ଶକ ମାନଙ୍କ ଆଗକୁ ୟୁନିକ ଲୁକ ନେଇ ନଜର ଆସୁଥିବା ଶାହରୁଖ ଏହି ଫିଲ୍ମ ରେ ଏକ ବୋନା ଚରିତ୍ର ରେ ନଜର ଆସିବେ | ଟିଜର ରିଲିଜ ହେବାର 12ଘଣ୍ଟା ମଧ୍ୟରେ ଏହାକୁ 3.2କୋଟି ଲୋକ ଦେଖିସାରିଲେଣି | ଫିଲ୍ମର ନିର୍ଦେସନା ଦେଇଛନ୍ତି ଆନନ୍ଦ ଏଲ ରାୟ | ତେବେ ଏହି ଟିଜରର ଶେଷରେ କିଙ୍ଗ ଖାନ ଏକ ଡାଇଲଗ କହିଛନ୍ତି ଯେ " ହମ ଜିସକେ ପୀଛେ ଲଗ ଜାତେ ହେ ଉସକୀ ଲାଇଫ ବନା  ଦେତେ  ହେଁ |" ଟିଜରର ଲୋକପ୍ରିୟତା ନେଇ ଶାହରୁଖ ଫ୍ୟାନ ମାନଂକୁ ଧନ୍ୟବାଦ ଦେଇଛନ୍ତି | ଏହି ଫିଲ୍ମରେ ଶାହରୁଖ ଙ୍କ ସହ କ୍ୟାଟରିନା ଓ ଅନୁଷ୍କା ନଜର ଆସିବେ ବୋଲି ଶୁଣିବାକୁ ମିଳିଥିଲେ ହେଁ  ଟିଜର ରେ ନଜର ଆସିନାହାନ୍ତି | ସୁଚନା ଥାଉ କି "ଜବ ତକ ହେ ଜାନ "ରେ ଏହି ତିନି ଜଣ ଏକାଠି ନଜର ଆସିଥିଲେ  | ଆଉ ଫିଲ୍ମ ଟି ବହୁ ଲୋକପ୍ରିୟତା ହାସଲ କରିଥିଲା |