METRO TV BUREAU
Image

ଗୁଣି ସନ୍ଦେହ ରେ ବୃଦ୍ଧଙ୍କୁ ମାଡ



କୋଦାଳ ଥାନା ଅନ୍ତର୍ଗତ ନାଇବନିପାଲ୍ଲୀ ରେ ପୁଣି  ଅଭାବନୀୟ ଘଟଣା | ଗୁଣିଆ ସନ୍ଦେହ ରେ 70 ବର୍ଷିୟ ବୃଦ୍ଧଙ୍କୁ ମାଡ଼  ମାରିବା ସହ ଦାନ୍ତ ଭାଙ୍ଗି ବିଷ୍ଟା ଖୁଆଇବା ନେଇ ସଂଗୀନ ଅଭିଯୋଗ ରହିଛି | ଏ  ନେଇ ପୀଡିତ କୋଦାଳ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି | ପ୍ରାପ୍ତ ସୂଚନା ଅନୁଯାଇ ନାଇବନିପାଲ୍ଲୀ ଗ୍ରାମ ର ଭାସ୍କର ସ୍ୱାଇଁ ତାଙ୍କ ଘର ବାରଣ୍ଡା ରେ ବସିଥିବା ବେଳେ ସକାଳେ ଉକ୍ତ ଗ୍ରାମର କିଛି ଲୋକ ଏକ ଝିଅ କୁ ଧରି ଯିବା ବେଳେ ଭାସ୍କର ତାଙ୍କୁ ଭେଟି ଥିଲେ ଫଳରେ ଯୁବକ ମାନେ ତାଙ୍କ ନିକଟକୁ ଆସି, ସେ ଗୁଣି କରି ଥିବା କହି ତାଙ୍କ ଉପରେ ଆକ୍ରମଣ କରିଥିଲେ | ଗୁରୁତର ଅବସ୍ଥା ରେ ତାଙ୍କୁ କୋଦାଳ ଡାକ୍ତରଖାନା କୁ ନେଇ ଚିକିତ୍ସା କର ଯାଇଥିବା ବେଳେ ଏ ଘଟଣା ର ସମ୍ପୂର୍ଣ ତଦନ୍ତ କରାଯାଇ ଉକ୍ତ ଯୁବକ ମାନଙ୍କୁ ବିରୋଧ ରେ କଠୋର କାର୍ଯ୍ୟାନୁଷ୍ଠାନ ନିଅ ଯିବ ବୋଲି କୋଦାଳ ଭରା ପ୍ରାପ୍ତ ଅଧିକାରୀ ସୂଚନା ଦେଇଛନ୍ତି |