METRO TV BUREAU
Image

ବାବା ରାମଦେବଙ୍କ ଜୀବନୀ ଉପରେ ଟିଭି ଶୋ ନିର୍ମାଣ କରିବେ ଅଜୟ ଦେଵଗନ



ଯୋଗଗୁରୁ ବାବା ରାମଦେବଙ୍କ ଜୀବନୀ ଉପରେ ନିର୍ମାଣ ହେବାକୁ ଯାଉଛି ଏକ ଟିଭି ସୋ | ଏହି ସୋ ର ନାମ ରହିଛି "ସ୍ୱାମୀ ରାମଦେବ ଏକ ସଂଘର୍ଷ" | ଜଣେ ସାଧାରଣ ଲୋକ କିପରି ଭବିଷ୍ୟତ ରେ ଜଣେ ପ୍ରଖ୍ୟାତ ଯୋଗଗୁରୁ ଭାବେ ସୁପରିଚିତ ହୋଇପାରିବ ନେଇ ରହିଛି ଏହି ସୋ ର କାହାଣୀ | ଫିଲ୍ମ ର ପ୍ରଯୋଜନା  କରୁଛନ୍ତି 
ଫିଲ୍ମ ଷ୍ଟ|ର ଅଜୟ ଦେଵଗନ |  ଏହି ସୋ ର ପ୍ରଥମ ଭାଗ ରେ ରହିଛି ରାମଦେବଙ୍କ ପିଲାଦିନ | ଯେଉଁଥିରେ ଅଭିନୟ କରୁଛନ୍ତି ଫିଲ୍ମ ଚିଲର ପାର୍ଟି ରେ ରାଷ୍ଟ୍ରୀୟ ପୁରସ୍କାର ବିଜେତା ନମନ ଜୈନ | ଏହି ସୋ କୁ ନେଇ ଅଜୟ ଖୁବ ଆଶାବାଦୀ ରହିଛନ୍ତି | ଏଥିସହ ନମନଙ୍କ ଦମଦାର ଅଭିନୟ କୁ ଦର୍ଶକେ ନିଶ୍ଚୟ ପସନ୍ଦ କରିବେ ବୋଲି ଅଜୟ କହିଛନ୍ତି | ଏହି ସୋ ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଥିବା ବେଳେ ଏହା ଜୀଇସି ଚ୍ୟାନେଲ ଡ଼ିସକଭରୀ ରେ ପ୍ରସାରିତ ହେବ |