METRO TV BUREAU
Image

ବାଧ୍ୟତାମୂଳକ ଶିକ୍ଷୟତ୍ରୀ ପିନ୍ଧିବେ ହସ୍ତତନ୍ତ ଶାଢ଼ୀ :



ଏଣିକି ସରକାରୀ ସ୍କୁଲର ଶିକ୍ଷୟତ୍ରୀ ମାନେ ବାଧ୍ୟତା ରୂପେ  ପିନ୍ଧିବେ ହସ୍ତତନ୍ତ ଶାଢ଼ୀ | ଏହା ଚଳିତ ବର୍ଷ ରୁ ହାଇସ୍କୁଲ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ  ଏହା ଲାଗୁ ହେବ | ଦୀର୍ଘଦିନ ଧରି ଆଲୋଚନା ଚାଲିଥିଲା ବେଳେ  ଆଜି ସଚିବାଳୟ ରେ ଏକ ଉଚ୍ଚସ୍ଥରୀୟ ବୈଠକରେ ଏହାକୁ ଚୁଡ଼ାନ୍ତ ରୂପ  ଦିଆଯାଇଛି | ଗଣଶିକ୍ଷାମନ୍ତ୍ରୀ ବଦ୍ରୀନାରୟଣ ପାତ୍ର  ଓ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଗିନୀ ଛୁରିଆ ଏହି ବୈଠକରେ ଉପସ୍ଥିତ ଥିଲେ | ଗଣଶିକ୍ଷା ବିଭାଗ ପକ୍ଷରୁ ପୂର୍ବରୁ ଯେଉଁ ରଙ୍ଗ ରଖାଯାଇଥିଲା ତାହା ସମାନ ରହିବ କିନ୍ତୁ ସେଥିରେ ବାନ୍ଧ କାମ ହେବ ଓ ହସ୍ତତନ୍ତ ଲୁଗା ଦିଆଯିବ | ସ୍କୁଲ ଓ କଲେଜ ପିଲାଙ୍କ ଡ୍ରେସ କୋଡ଼ କୁ  ନେଇ ଆଲୋଚନା କରାଯାଇଥିବା ବେଳେ  ବୁଣାକାରମାନଙ୍କ ଜୀବିକା ସୃଦୁଢ ପାଇଁ ଆର୍ଥିକ ଦୃଷ୍ଟି ରୁ ଏପରି ପଦକ୍ଷେପ  ନିଆଯାଇଛି ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି |