METRO TV BUREAU
Image

ଭିତରକନିକାରେ କୁମ୍ଭୀର ବସା ଚିହ୍ନଟ



ଜାତୀୟ ଉଦ୍ୟାନ ଭିତରକନିକାରେ କୁମ୍ଭୀର ବସା ଚିହ୍ନଟ କାର୍ଯ୍ୟକ୍ରମ ମେ ୧ରୁ ଆରମ୍ଭ ହୋଇଛି । ଜାତୀୟ ଉଦ୍ୟାନର ନଦୀ , ନାଳରେ ବାସକରୁଥିବା ବିରଳ ବଉଳାକୁମ୍ଭୀର ୧୬ଟିରୁ ଉର୍ଦ୍ଧ ବସରେ ଅଣ୍ଡା ଦେଇଥିବା ସୂଚନା ମିଳିଛି | ଭିତରକନିକା ଓ ଡାଙ୍ଗମାଳ ଫରେଷ୍ଟ ବ୍ଲକର ଗଞ୍ଜେଇଖିଆ, ଶାଗୁଣାଚର, ଶୁଆଯୋର, ଭ୍ରମରମାରି ଆଦି ଅଂଚଳରେ ଏହି ବସା ଗୁଡ଼ିକ ଦେଖିବାକୁ ମିଳିଛି । ଏହା ଆସନ୍ତା ଜୁଲାଇ ୩୧ ଯାଏଁ ଚାଲିବ ।
ପ୍ରତିବର୍ଷ ମେ ରୁ ଜୁଲାଇ ପର୍ଯ୍ୟନ୍ତ ବଉଳା କୁମ୍ଭୀରମାନେ ଅଣ୍ଡା ଦେଇଥାନ୍ତି । ଫଳରେ ଏହି ଅଭୟାରଣ୍ୟ ଟି ଜୁଲାଇ ୩୧ ପର୍ଯ୍ୟନ୍ତ ଦେଶବିଦେଶ ପର୍ଯ୍ୟଟକ ପାଇଁ ବାଣ୍ଡ ରହିବ |