METRO TV BUREAU
Image

ମହାନଦୀ ମହାସଂଗ୍ରାମ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ



ଆଜି ଠାରୁ ବିଜେଡିର ମହାନଦୀ ମହାସଂଗ୍ରାମ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଉଛି । ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ମହାନଦୀ ମହାସଂଗ୍ରାମ ଅଭିଯାନକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାନଦୀର ଉପରମୁଣ୍ଡରେ ବନ୍ଧ ବାନ୍ଧି ୨୨୬୮ଟି ପ୍ରକଳ୍ପ ନିର୍ମାଣ କରିସାରିଛି ଛତିଶଗଡ଼ । ସେଥିରେ ରହିଛି ୮ଟି ବଡ଼, ୨୯ଟି ମଧ୍ୟମ, ୧୮୬୦ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏବଂ ୩୭୧ଟି ଆନିକଟ । ସେହିପରି ୪୪୩ଟି ପ୍ରକଳ୍ପ ନିର୍ମାଣଧୀନ ରହିଛି । ସେଥିରେ ରହିଛି ୬ଟି ବଡ଼ ବଡ଼ ବ୍ୟାରେଜ୍ । ଛତିଶଗଡର ଛୋଟବଡ ଡ୍ୟାମ ନିର୍ମାଣ ଯୋଗୁଁ ଅଣମୌସୁମୀ ସମୟରେ ମହାନଦୀରେ ଜଳପ୍ରବାହ ସାଂଘାତିକ ଭାବେ ବାଧାପ୍ରାପ୍ତ ହୋଇଛି । ମହାନଦୀର ସୁରକ୍ଷା  ତଥା ଓଡିଆ ଜାତିର ହକ୍ ପାଇଁ ସମସ୍ତ ଓଡିଆକୁ ମହାନଦୀ ପାଇଁ ଲଢିବାକୁ ସେ ଆହ୍ୱାନ କରିଛନ୍ତି ।