METRO TV BUREAU
Image

ଜାତୀୟ କୁମ୍ଭୀର ସାରଂକ୍ଷଣ କେନ୍ଦ୍ର ଭିତରକନିକା ୩ମାସ ବନ୍ଦ



ଜାତୀୟ କୁମ୍ଭୀର ସାରଂକ୍ଷଣ କେନ୍ଦ୍ର ଭିତରକନିକା | ଏଠାରେ ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଛି । ଏମାନଙ୍କ ମିଳନ ଏବଂ ପ୍ରଜନନ ରେ କୌଣସି ବାଧା ନ ଉପୁଜିବା ପାଇଁ ରାଜନଗର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଆସନ୍ତା ମେ ୧ରୁ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ଭିତରକନିକାକୁ ପର୍ଯ୍ୟଟକଙ୍କ ପ୍ରବେଶ ନିଷିଦ୍ଧ କରାଯାଇଛି। ଏହି ସମୟରେ କୁମ୍ଭୀରମାନଙ୍କ ପ୍ରଜନନ ପ୍ରକ୍ରିୟା ଚାଲିବ। ମାଈ କୁମ୍ଭୀର ଅଣ୍ଡା ଦେବା ସମୟରେ ପୁରୁଷ କୁମ୍ଭୀର ଅଣ୍ଡାର ସୁରକ୍ଷା ଦାୟିତ୍ୱରେ ଥାଏ । ସେହି କାରଣରୁ ୩ମାସ ଧରି ଜାତୀୟ ଉଦ୍ୟାନରେ ପରିଭ୍ରମଣକୁ ନିଷିଦ୍ଧ କରାଯାଇଛି ବୋଲି ରାଜନଗର ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।