METRO TV BUREAU
Image

ବିଧାନ ସଭାରେ ଉଠିଛି ନୀଳଗିରି ନାବାଳିକା ଦୁଷ୍କର୍ମ ପ୍ରସଙ୍ଗ



ଆଜି ବିଧାନ ସଭାରେ ଉଠିଛି ନୀଳଗିରି ନାବାଳିକା ଦୁଷ୍କର୍ମ ପ୍ରସଙ୍ଗ |  ଅଧିବେଶନ ଆରମ୍ଭରୁ କଂଗ୍ରେସ କର୍ମୀ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ପ୍ରଶ୍ନକାଳ ବାତିଲ କରି ନୀଳଗିରି ନାବାଳିକା ଦୁଷ୍କର୍ମ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ କଂଗ୍ରେସ ଦାବି କରିଥିଲା । କିନ୍ତୁ ବାଚସ୍ପତି ଅନୁମତି ପ୍ରଦାନ ନକରିବାରୁ କଂଗ୍ରେସ ବିଧାୟକ ହୋହ୍ଲାଲା କରିବା ସହ ନାରାବାଜି ଦେଇଥିଲେ ।  ଫଳରେ ବାଚସ୍ପତି ପ୍ରଦୀପ ଅମାତ ଗୃହକୁ ୧୧ ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ |