METRO TV BUREAU
Image

ଘରୋଇ ଉପଚାରରେ କିପରି କେଶକୁ ସୁନ୍ଦର ଓ ଘନ କରିବେ ?



 

ପ୍ରତ୍ୟେକ ମହିଳା ଚାହାନ୍ତି ଯେ କେଶକୁ କୋମଳ ସହିତ ଚମକଏବଂ ଗୋହଳିଆ କରିବା ପାଇଁ । ସେଥିପାଇଁ ଲୋକ ମାନେ ବିଭିନ୍ନ ଦାମିର ସାମ୍ପୁ ବ୍ୟବହାର କରନ୍ତି । କିନ୍ତୁ ଆଗକାଳରେ ଲୋକମାନେ ସାମ୍ପୁ ବ୍ୟବହାର ନ କରି ଘରୋଇ ଉପଚାରରେ କେଶକୁ ସଫା କରୁଥିଲେ । ଲୋକମାନେ କଳା ମାଟି ପରି ବିଭିନ୍ନ ଜିନିଷ ବ୍ୟବହାର କରିଥାନ୍ତି । ଯାହା ଦ୍ୱାରା କେଶ ଝଡିବା ସମସ୍ୟା ନ ଥାଏ ଓ ଗୋହଳିଆ ସହିତ ଚମକ ଆଣିଥାଏ । ତାହା ହେଲେ ଆସନ୍ତୁ ଜାଣିବା ଏମିତି କଣ ରହିଛି ଘରୋଇ ଉପଚାର  ।

()ଅଂଳା- କେଶକୁ ସାଇନ କରିବା ପାଇଁ ଅଂଳାକୁ ବ୍ୟବହାର କରାଯାଇଥାଏ । ଅଂଳା ଓ ରିଠାକୁ ଛେଚି ପୂର୍ବ ଦିନ ରାତିରେ ପାଣିରେ ବତରାଇ ଦିଅନ୍ତୁ । ସକାଳେ ମୁଣ୍ଡରେ ୨ ଘଂଟା ରଖି ଧୋଇଦିଅନ୍ତୁ । ଏହିପରି ବାରମ୍ବାର କରିବା ଦ୍ୱାରା କେଶ ଝଡିବା କମିବା  ସହିତ କେଶରେ ଚମକ ଆଣିଥାଏ ।
()କଳା ମାଟି- କିଛି ମାତ୍ରାରେ କଳା ମାଟି ଆଣି ପାଣିରେ ଭିଜାଇ ମୁଣ୍ଡରେ ଲଗାନ୍ତୁ । କିଛି ସମୟ ରଖିବା ପରେ ଦେଖନ୍ତୁ କଣ୍ଡିସନାର ପରି ସିଲ୍କ୍ ହେବ ।
()ଚାଉଳ ପାଣି- ଚାଉଳର ପାଣିରେ କେଶକୁ ଧୋଇଲେ କେଶମୂଳ ସଫା ହେଇଥାଏ । ତାହା ସହ ଚମକ ଆଣିଥାଏ ।
()ମୁଲତାନି ମାଟି- ମୁଲତାନି ମାଟି ତ୍ୱଚା ଓ କେଶ ଦୁହିଁଙ୍କ ପାଇଁ ଫଳପ୍ରଦ ଅଟେ । ଏଥିରେ ଲେମ୍ବୁରସ ଓ ପାଣି ମିସାଇ କେଶରେ ଲଗାନ୍ତୁ । ଯାହା ଦ୍ୱାରା କେଶ ସିଲ୍କି ସହ ସୁନ୍ଦର ଦେଖାଯାଏ ।
()ଆମ୍ବ ପତ୍ର କୁ ବାଟି ବାଳ ଭାବରେ ମୁଣ୍ଡରେ ମାଲିସ କରିବା |କିଛି ସମୟ ପରେ ଶୁଖିଗଲା ପରେ ଥଣ୍ଡା ପାଣିରେ ଧୋଇଦେବ|
() ସେହି ପରି ମନ୍ଦାର ଫୁଲରେ ମଧ୍ୟ ରହିଛି ଆଣ୍ଟିବାୟୋଟିକ ଯାହା କେଶକୁ କଳା କରିବା ସହ ଘନ ମଧ୍ୟ କରିଥାଏ |ତାର ପତ୍ର ଓ ଫୁଲକୁ ବାଟି ମୁଈଣ୍ଡରେ ଲଗାଇଲେ ମଧ୍ୟ କଳା ଓ ଘନ ଦେଖାଯାଏ |