METRO TV BUREAU
Image

କମ ହେଉନାହିଁ ଦୁଷ୍କର୍ମ , ଉଦଣ୍ଡତା ର ସିନା ପର ! ଗୋଟେ ପରେ ଗୋଟେ ନିରୀହ କନ୍ୟା ପ୍ରାଣ ହରାଇ ଚାଲିଛନ୍ତି |



ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁଷ୍କର୍ମ ଘଟଣା | ଦିଲ୍ଲୀ ନିର୍ଭୟା ମାମଲା ପରେ ଏପରି ଘଟଣା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ଏବେ ପ୍ରତେକ ଦିନ ଏପରି ଭୟାନକ ଘଟଣା ଘଟୁଛି । ବିକୃତ ମାନସିକ ବ୍ୟକ୍ତିମାନେ ଛୋଟ ନିରୀହ ଶିଶୁଙ୍କୁ ମଧ୍ୟ ଛାଡ଼ୁ ନାହାନ୍ତି । ଜମ୍ମୁ କଶ୍ମୀରର କଠୁଆ ର ୮ ବର୍ଷ ଶିଶୁ କାନ୍ୟ କୁ ଗଣବଳାତ୍କାର ପରେ ହତ୍ୟା ମାମଲା ଦେଶ ବସୁଙ୍କ ମଧ୍ୟରେ ଚାଂଚଲ୍ୟ ସୃଷ୍ଟି କରିଥିଲା | ଏବେ ପୁନର୍ବାର ଉତ୍ତରପ୍ରଦେଶର ଉନାଓ ପରେ ନୂଆଦିଲ୍ଲୀର ଅମନ ବିହାରରେ ଏକ ଲୋମହର୍ଷଣକାରୀ ଦୁଷ୍କର୍ମ ଜନିତ ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ଜଣେ ଅଭିଯୁକ୍ତ ଏକାଦଶ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ବନ୍ଦ କୋଠରିରେ ୧୦ ଦିନ ପର୍ଯ୍ୟନ୍ତ ଦୁଷ୍କର୍ମ କରିଛନ୍ତି । ଅଭିଯୁକ୍ତ ନାବାଳିକାର ହାତ-ଗୋଡ଼ ବାନ୍ଧି ଏଭଳି ଜଘନ୍ୟ କାମ କରିଥିବା ଅଭିଯୋଗ ହୋଇଛି । ମାରଣାସ୍ତ୍ର ଦେଖାଇ କୁଳଦୀପ ନାମରେ ଜଣେ ଅଭିଯୁକ୍ତ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରିଛି । ଅଭିଯୁକ୍ତଙ୍କ ବେଲଟ ଓ ଲୁହା ତାର ମାଡ଼ରେ ନାବାଳିକା କୁ ରକ୍ତାକ୍ତ କରିଦେଇଥିଲେ |

କେବଳ ଏତିକି ନୁହେଁ , ଜାମ୍ମୁ-କଶ୍ମୀରର କଠୁଆରେ ନାବାଳିକାକୁ ଗଣବଳାତ୍କାର ମାମଲା ଏଯାଏଁ ଶାନ୍ତି ପଡ଼ିନି । ଆଉ ସେପଟେ ଗୁଜରାଟ ସୁରଟରେ ଏପରି ଆଉ ଏକ ଘୃନ୍ୟ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ସୁରଟରେ ଜଣେ ୯ ବର୍ଷର ବାଳିକାର ଶବ ଉଦ୍ଧାର ହୋଇଛି । ନାବାଳିକର ଶରୀରରେ ପାଖାପାଖି ୮୬ଟି କ୍ଷତଚିହ୍ନ ଦେଖିବାପାଇଁ ମିଳିଛି । ଏହା ବ୍ୟତୀତ ନାବାଳିକାର ଯୌନାଙ୍ଗରେ ମଧ୍ୟ କ୍ଷତ ଚିହ୍ନ ରହିଛି, ଯାହାଦ୍ୱାରା ବଳାକ୍ରାର ହୋଇଥିବା ସ୍ପଷ୍ଟ ହେଉଛି । କ୍ଷତ ଚିହ୍ନରୁ ଜଣାପଡ଼ୁଛି ତକୁ ପାଖାପାଖି ୭ ଦି ପର୍ଯ୍ୟନ୍ତ ଅକଥନୀୟ ଅତ୍ୟାଚାର କରାଯାଇଛି । ଆଉ ତା’ପରେ ମାରିଦିଆଯାଇଛି |