METRO TV BUREAU
Image

ସରିଲା କଲା ବୈଶାଖୀ ର ତାଣ୍ଡବ ! ଏବେ ପ୍ରକୋପ ଦେଖାଇବେ ସୂର୍ଯ୍ୟ ଦେବତା |



ବିଗତ କିଛି ଦିନ ହେବ ତାତିର ପ୍ରଭାବ କାମ ଥିଲେ ହେଁ ଆଗାମୀ ଦିନ ଗୁଡିକରେ ତାପମାତ୍ରାରେ ବୃଦ୍ଧି ଘଟିବ | ପାଣିପାଗ ବିଭାଗ ସୂଚନା ଅନୁସାରେ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିବ । ସେହିଭଳି ଉପକୂଳ ଓଡ଼ିଶାରେ ମଧ୍ୟ ତାତି ବଢ଼ିବ । ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏ ପ୍ରଚଣ୍ଡ ଖରା ହେବ । ଆଗାମୀ ଏପ୍ରିଲ ୧୬ ବେଳକୁ ଭବାନୀପାଟଣା, ଟିଟିଲାଗଡ଼, ଝାରସୁଗୁଡ଼ା, ଅନୁଗୁଳ, ସମ୍ବଲପୁର ସହରରରେ ତାପମାତ୍ରା ୪୨ ଡିଗ୍ରୀ ଅତିକ୍ରମ କରିପାରେ ବୋଲି ପୁର୍ବାନୁ ମାନ କରିଛି ପାଣିପାଗ ବିଭାଗ |