METRO TV BUREAU
Image

ଆମେରିକା: କୋଲୋରାଡୋର ୱାଲମାର୍ଟ ଷ୍ଟୋରରେ ଗୁଳିକାଣ୍ଡ, ୨ ମୃତ, ଜଣେ ଗୁରୁତର



ଆମେରିକାର କେଲୋରାଡୋର ଥୋର୍ଣ୍ଣଟନସ୍ଥିତ ୱାଲମାର୍ଟ ଷ୍ଟୋରରେ ଗୁରୁବାର ଗୁଳିକାଣ୍ଡ ହେବାରୁ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥି ସହିତ ଆମେରିକା ପୋଲିସ ଏହି ଘଟଣାରେ ନିଟକ ବଜାର ଦେଇ ଯାଉଥିବା କିଛି ଲୋକଙ୍କ ଶରୀରରେ ଗୁଳି ବାଜିଥିବା ସନ୍ଦେହ କରିଛି । ପୋଲିସ ଷ୍ଟୋରକୁ ସମ୍ପୁର୍ଣ୍ଣ ରୂପେ ଖାଳି କରିବାକୁ ଆଦେଶ ଦେଇଥିବା ବେଳେ ଘଟଣାର ଯାଞ୍ଚ କରୁଛି । 

ସୂଚନାଯୋଗ୍ୟ ନ୍ୟୁୟର୍କର ୱାଲର୍ଡ ଟ୍ରେଡ ସେଣ୍ଟର ମେମୋରିଆଲ ନିକଟସ୍ଥ ମ୍ୟାନହଟନରେ ବୁଧବାର ଅପରାହ୍ନରେ ନରସଂହାର ଘଟଣା ଦେଖିବାକୁ ମିଳିଥିଲା । କିଛି ଲୋକଙ୍କୁ ନେଇ ଯାଉଥିବା ଟ୍ରକ ଚାଳକଙ୍କ ହିଂସାତ୍ମକ ମନୋବୃତ୍ତି ଯୋଗୁଁ ୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ଜଣ ଗୁରୁତର ଆହତ ହୋଇଥିଲେ । ଘଟଣାରେ ସମ୍ପୃକ୍ତ ଜଣେ ସଦିଗ୍ଧକୁ ପୋଲିସ ଗିରଫ କରି ୨ଟି ବନ୍ଧୁକ ଜବତ କରିଥିଲା । ଟ୍ରକଟି ପ୍ରଥମେ ଏକ ସ୍କୁଲ ବସ ଉପରେ ଚଢ଼ିଯାଇଥିଲା । ଏଥିରେ ୩ଜଣ ପିଲା ଯାଉଥିଲେ ।