METRO TV BUREAU
Image

ଓଡିଶା ର ସଫଳ ଯୁବ ଉଦ୍ୟୋଗୀ - ମନମୋହନ ପଣ୍ଡା



ମନମୋହନ ପଣ୍ଡା ୧Г ବର୍ଷ ବୟସ ରୁ ଅରମ୍ଭ କରିଥିଲେ ନିଜର ବ୍ୟବସାୟିକ ଜୀବନ | ମନମୋହନ ଏକ ମଧ୍ୟବିତ ପରିବାରରୁ ଜନ୍ମ ଗ୍ରହଣ କରି ମଧ୍ୟ ସେ ସ୍ବପ୍ନ ଦେଖିଥିଲେ ସମାଜ ପାଇଁ କିଛି କରି ଦେଖେଇବି | ଅବସର ପ୍ରାପ୍ତ ବାପାଙ୍କଠାରୁ ଅଳ୍ପ କିଛି ଅର୍ଥ ନେଇ ସେ ଆରମ୍ଭ କରିଥିଲେ ନବରଙ୍ଗପୁର ଜିଲ୍ଲା ରେ GLAZE HOUSING STATE PVT. LTD. ନାମକ ଏକ କମ୍ପାନୀ | ଯାହାର ଉଦ୍ଦେଶ୍ୟ ଥିଲା  ସମାଜ ର ସ୍ୱଳ୍ପ ରୋଜଗାରକ୍ଷମ ଲୋକମାନଙ୍କ ପାଇଁ ଶସ୍ତା ରେ ବାସ ଗୃହ ଯୋଗେଇଦେବା | ମନମୋହନଙ୍କ  ଭବିଷ୍ୟତ ପାଇଁ ପରିବାର ପକ୍ଷରୁ କୌଣସି ପ୍ରତିବନ୍ଧକ ନ ଥିଲା | ଯାହା ଫଳ ରେ ସେ ତାଙ୍କର ନିଜ ବୁଦ୍ଧି ଓ ପରିଶ୍ରମ ଲଗେଇ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢି ଚାଲିଥିଲେ, ଯାହାର ପରିଣାମ ସ୍ୱରୂପ ଗଢି ଉଠିଥିଲା HOSPITALITY ଓ AVIATION ଟ୍ରେନି ସେଣ୍ଟର | ଏହା ଦ୍ୱାରା ଉପକୃତ ହେଲେ ଅନେକ ଶିକ୍ଷିତ ଯୁବକ ଓ ଯୁବତୀ | ଏହାର ପରବର୍ତୀ ସମୟ ରେ ନବରଙ୍ଗପୁର ଠାରେ ଗଢି ଉଠିଥିଲା GLAZE HOTEL & RESORTS PVT. LTD. |  ଉଦ୍ଦେଶ୍ୟ ଥିଲା KBK ଜିଲ୍ଲା ମାନଙ୍କରେ ପର୍ଯ୍ୟଟନ କ୍ଷେତ୍ର କୁ ଆଗେଇ ନେବା | ଏତିକିରେ ବି ଶ୍ରୀ ପଣ୍ଡା ଥକି ନ ଯାଇ ଆଗକୁ କୃଷି ଓ ସ୍ଵସ୍ଥ କ୍ଷେତ୍ର ରେ ସମାଜକୁ  ଆଗକୁ ଆଗେଇ ନେବାର ଲକ୍ଷ ରଖି ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ମନମୋହନ | ଓଡିଶା ପାଇଁ ଏହି ଯୁବ ଉଦ୍ୟୋଗୀ ଅନେକ ଯୁବକ ଓ ଯୁବତୀ ମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର   ଉତ୍ସ |