METRO TV BUREAU
Image

ସୁପର ୩୦ ର ଫାଷ୍ଟଲୁକ ରିଲିଜ ----



 ଇତି ମଧ୍ୟରେ ଫାଷ୍ଟଲୁକ ଅଭିନେତା ହିତିକ ରୋଶନ ଙ୍କ ଆଗାମୀ ଫିଲ୍ମ 'ସୁପର ୩୦' ର ଫାଷ୍ଟଲୁକ ରିଲିଜ ହୋଇଛି | ସେଥିରେ ହ୍ୟାଣ୍ଡସମ ହିତିକ ଦାଢ଼ି ଓ ଛୋଟଛୋଟ କେଶରେ ଭିନ୍ନ ଓ ଗମ୍ଭୀର ଦେଖାଯାଉଛନ୍ତି | ଏହି ବେଶକୁ କେବଳ ସାଧାରଣ ଲୋକ ନୁହନ୍ତି ବଲିଉଡର ଅନେକ ପରିଚିତ ବ୍ୟକ୍ତିତ୍ବ ମଧ୍ୟ ହିତିକ ଙ୍କୁ ପ୍ରଶଂଶା କରି ସୋସିଆଲ ମିଡିଆରେ ମନ୍ତବ୍ୟ ଦେଇଛନ୍ତି , ମୂଳରୁ ଚର୍ଚା ରେ ରହିଥିବା 'ସୁପର ୩୦ ' ହେଉଛି ଏକ ବାୟୋପିକ | ଏହି ଫିଲ୍ମ ଟି ବିହାର ପାଟଣା ରେ ଥିବା ଜଣେ ଶିକ୍ଷକ ଆନନ୍ଦ କୁମାର ଙ୍କ ଜୀବନ କାହାଣୀ | ଏହି ଫିଲ୍ମର ନା ତାଙ୍କ କୋଚିଂଙ୍ଗ ସେଣ୍ଟର ନା ଅନୁସାରେ ହୋଇଛି |ସେ ଗରିବ ପିଲାମାନଙ୍କୁ ନିଜ ଖର୍ଚ ରେ ନିଜ ପାଖରେ ରଖି ଆଇ.ଆଇ ଟି ପ୍ରବେଶିକା ପରୀକ୍ଷା ପାଈଁ କୋଚିଂ ଦିଅନ୍ତି , ଓ କୋଚିଂ ସେଣ୍ଟର ର ସଫଳତାର  ହାର ପାଖ ପାଖି ୧୦୦ | ଅରଥାତ ପ୍ରତିବର୍ଷ ତାଙ୍କ ପାଖରେ ପଢ଼ୁଥିବା ସବୁ ଛାତ୍ର ଆଇ .ଆଇ .ଟି ଏଣ୍ଟ୍ରାନ୍ସରେ କୃତ କାର୍ଯ୍ୟ ହୁଅନ୍ତି | ରିଲାଏନ୍ସ ଏଣ୍ଟେରଟେନ୍ମେଣ୍ଟ  ଓ ସାଯିଦ ନଡ଼ିଆ ୱଲଙ୍କ ପ୍ରଯୋଜନା ସଂସ୍ଥା ଦ୍ଵାରା ପ୍ରଯୋଜିତ ଏହି ଫିଲ୍ମ ର ନିର୍ଦେଶକ ହେଉଛନ୍ତି ବିକାଶ ଚହଳ | ଏହି ଫିଲ୍ମ ଟି ଲୋକଙ୍କ ମନକୁ ଛୁଇଁ ପାରିବ ବୋଲି ଆଶା ରଖାଯାଇଛି |