METRO TV BUREAU
Image

ଦୁଇ ଉପନିର୍ବାଚନ ରେ ଭାଜପା ଶୂନ



ରାଜସ୍ଥାନ ଓ ପଶ୍ଚିମ ବଙ୍ଗ ର ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇଛି | ତେବେ ଆଗରୁ ଭାଜପା ରାଜନୈତିକ ରେସ ରେ ଆଗରେ ଥିବା ବେଳେ ଏହି ନିର୍ବାଚନ ରେ ସବୁ ଗଣିତ କିନ୍ତୁ ଫେଲ ମାରିଚି | ରାଜସ୍ଥାନ ରେ ବିରୋଧୀ କଂଗ୍ରେସ ଓ ପଶ୍ଚିମ ବଙ୍ଗ ରେ ତୃଣମୂଳ କଂଗ୍ରେସ ସବୁ ଆସନ ପୋଛି ନେଇଥିଲା ବେଳେ ଖାତା ଖୋଲି ପାରିଲା ନାହିଁ ଭାଜପା | ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପ୍ରକାର ଝଟକା ଲାଗିଛି, ଅନ୍ୟ ପଟେ କଂଗ୍ରେସ ଦଳର ନେତା ଓ କର୍ମୀ ଏହି ଫଳାଫଳ କୁ ନେଇ ଉତ୍ସବ ମନାଉଛନ୍ତି | ରାଜସ୍ଥାନ ରେ 2 ଲୋକସଭା ଓ 1 ବିଧାନସଭା ଆସନ କଂଗ୍ରେସ ହାତେଇ ଥିବା ବେଳେ ପଶ୍ଚିମବଙ୍ଗ 1 ଲୋକସଭା ଆସନ ଓ 1 ବିଧାନସଭା ଆସନ ହାତେଇଛି ତୃଣମୂଳ କଂଗ୍ରେସ | ତେବେ ଆଗାମୀ ଦିନ ରେ ରାଜନୈତିକ ପାଣିପାଗ କେଉଁ ଆଡକୁ ଯାଉଛି ତାହାଉପରେ ନଜର |