METRO TV BUREAU
Image

କୁନ୍ଦୁଲି ଗଣଦୁଷ୍କର୍ମ ନାବାଳିକାର ଆତ୍ମହତ୍ୟା ଘଟଣାକୁ ନେଇ ଏବେ ରାଜନୀତି




କୋରାପୁଟ ଜିଲ୍ଲା କୁନ୍ଦୁଲି ଗଣଦୁଷ୍କର୍ମ ନାବାଳିକାର ଆତ୍ମହତ୍ୟା ଘଟଣାକୁ ନେଇ ଏବେ ରାଜନୀତି ଜୋର ଧରିଛି | ଏହି ଘଟଣାରେ ବିରୋଧୀ ବିଜେପି ନବୀନ ପଟନାୟକଙ୍କୁ ଦାଈକରିବା ସହ ଗତକାଲି ଶତାଧିକ ବିଜେପି କର୍ମୀ ଶିଶୁଭବନ ଛକଠାରେ ପହଂଚି ନାରାବାଜି ଦେଇ ନବୀନ ନିବାସ ଆଡକୁ ଧସେଇ ପସିବାବେଳେ ପୋଲିସ ସହିତ ଠେଲା ପେଲା ହୋଇଥିଲା ଶେଷରେ ପୋଲିସ ଲାଠିଚାର୍ଜ କରିଥିଲା ଫଳରେ ଅନେକ କର୍ମୀ ଆହତ ହୋଇଥିଲେ | ଯାହାକୁ ନେଇ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା | ଭୁବନେଶ୍ୱରର ରାଜମହଲ ଛକଠାରେ କିଛି କର୍ମୀ ହାତରେ ବିଜେପି ପତାକା ଧରି ନବୀନ ସରକାର ହାଏ ହାଏ ନାରାବାଜି ଦେଉଥିଲେ | ଅଶାନ୍ତକର ପରିସ୍ତିତିକୁ ଲକ୍ଷକରି ଭୁବନେଶ୍ୱରର ମୁଖ୍ୟ ସ୍ନାନ ମାନଙ୍କରେ ପୋଲିସ ଛାଉଣୀ ହୋଇଥିଲା ବେଳେ ସ୍ପେସିଆଲ କୋବ୍ରା ବାଟାଲିୟନକୁ ସାମିଲ କରାଯାଇଥିଲା |