METRO TV BUREAU
Image

ସରକାର ପୁରସ୍କୃତ ,ଆଖି ବୁଜିଲେ କୁନ୍ଦୁଲି ପୀଡିତା



କୁନ୍ଦୁଲି ଗଣବଳାତ୍କାର ଘଟଣା କୁ 3 ମାସ ଅର୍ଥାତ 90 ଦିନ ପୁରୀ ଯାଇଥିଲେ ମଧ୍ୟ ଉକ୍ତ ପୀଡ଼ିତାଙ୍କୁ ମିଳିଲାନି ନ୍ୟାୟ | 10 ଅକ୍ଟୋବେର 2017, ସେଦିନ ଗଣଧର୍ଷଣ ର କାହାଣୀ , ସାରା ରାଜ୍ୟ କୁ ସ୍ତବ୍ଧ କରି ଦେଇଥିଲା ଆଉ ସମସ୍ତ ଗଣମାଧ୍ୟମ ର ଶିରୋନାମା ହୋଇଥିଲା | ପ୍ରଥମେ ପୀଡ଼ିତାଙ୍କୁ କୁନ୍ଦୁଲି ଡାକ୍ତରଖାନା ରେ ଚିକିତ୍ସା କର ଗଲା ଓ ତା ପରେ ଡାକ୍ତର ନାବାଳିକା କୁ ଧର୍ଷଣ ହେବ କଥା କହିଥିଲା ବେଳେ ପରା ମୁହୂର୍ତ ରେ ଏହି ଘଟଣା କୁ ନେଇ ରାଜନୈତିକ ଦଳ ମୁଦା  କରି ଓଲ୍ହାଇଥିଲେ ରାଜା ରାସ୍ତାକୁ | ସରକାର ପୀଡ଼ିତାଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ଦାବି ହେଲା | ଧର୍ଷଣକାରି ଯବାନ ମାନଙ୍କୁ ଚିହ୍ନଟ କରାଯାଉ ବୋଲି ବିରୋଧୀ ଅଡି ବସିଲେ | ହେଲେ ବିଜେଡି ସରକାର ଘଟଣା ଟିକୁ ଚାପି ଦେବା ପାଇଁ ନୂଆ ଫର୍ମୁଲା ତିଆରି କରି ପୀଡ଼ିତାଙ୍କୁ କଟକ ଡାକ୍ତରଖାନା କୁ ସ୍ଥାନାନ୍ତରିତ କଲେ | ଡାକ୍ତରୀ ରିପୋର୍ଟ କୁ ବାଟବଣା କରିବା ସହ ପ୍ରଶାସନିକ ବ୍ୟବସ୍ତା ଦ୍ୱାରା ସବୁ ଘଟଣା କୁ ଚାପି ଦିଆ ଗଲା  | ପୀଡିତା ନିଜ ପ୍ରତି ହୋଇଥିବା ଧର୍ଷଣ ର କଥା କହୁଥିଲା ବେଳେ ସରକାର କିନ୍ତୁ ସବୁ ଶୁଣି ନିରବ ବସିଥିଲେ | ଶେଷରେ ନ୍ୟାୟ କୁ  ଅପେକ୍ଷା କରି ହାରି ଯାଇଛନ୍ତି ପୀଡିତା |  ଏହି ବିବାଦୀୟ ପରିସ୍ଥିତି ରେ ଓଡିଶା ର ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ "ଆଦର୍ଶ ମୁଖ୍ୟମନ୍ତ୍ରୀ" ସମ୍ମାନ ଗ୍ରହଣ କରିବା କେତେ ଦୂର ଯୁକ୍ତିଯୁକ୍ତ ଏହା ସାଧାରଣରେ ଏକ ପ୍ରଶ୍ନବାଚି ପଲିଟିଚି |