METRO TV BUREAU
Image

କେନ୍ଦୁଝରର ପଙ୍କଜ ମହାନ୍ତ ପାଇବେ ଜାତୀୟ ସାହାସିକତା ପୁରସ୍କାର |



କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ କାଟୁଳିକନା ଗାଁ ଢିପସାହିର ପଙ୍କଜ ମହାନ୍ତ | ଗତବର୍ଷ ମେ ମାସ ୨୬ ତାରିଖରେ ଘଟଗାଁ ନିକଟସ୍ଥ ବୈତରଣୀ ନଦୀରେ ଗାଧୋଉଥିବା ବେଳେ ଅସାବଧାନତା ବଶତଃ ୩ଜଣ ମହିଳାଙ୍କର  ଚୋରାବାଲିରେ ଗୋଡ ଖସିଯାଇଥିଲା | ସେମାନେ ନଦୀରେ ବୁଡିବ ସମୟରେ ଜୀବନ ବଞ୍ଚାଇବାକୁ ଚିତ୍କାର କରୁଥିଲେ | ପାଖରେ ସମସ୍ତେ ଦେଖୁଥିଲେ ସୁଦ୍ଧା କେହି ସାହସ କରିପାରିନଥିଲେ ସେମାନଙ୍କ ଜୀବନ ବଞ୍ଚାଇବାକୁ | ହେଲେ ୯ମ ଶ୍ରେଣୀର ଛାତ୍ର ପଙ୍କଜ ନିଜ ଜୀବନକୁ ବାଜି ଲଗାଇ ନଦୀରେ ଡେଇଁ ପଡ଼ିଥିଲେ | ନଦୀରେ ପହଁରି ୩ଜଣ ମହିଳାଙ୍କୁ ଥର ଥର କରି ଉଦ୍ଧାର କରିଥିଲେ | ବାପା ଚୂଡ଼ାମଣି ମହାନ୍ତ ଓ ମା ବାସନ୍ତୀଙ୍କର ଏକମାତ୍ର ପୁତ୍ର ହେଉଛନ୍ତି ପଙ୍କଜ | ଆସନ୍ତା ୨୬ ତାରିଖରେ ପଂକଜନକୁ ଦିଲ୍ଲୀରେ ଜାତୀୟ ସାହାସିକତା ପୁରସ୍କାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି |