METRO TV BUREAU
Image

ନିର୍ମଳା ସୀତାରମଣଙ୍କ ଅରୁଣାଚଳ ପ୍ରଦେଶ ଗସ୍ତ ନେଇ ଚିଡିବା ସହ ଆପତ୍ତି ଉଠାଇଲା ଚୀନ ବିଦେଶ ମନ୍ତ୍ରଣାଳୟ



ପ୍ରତି ରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ନେଇ ଚୀନ ଆପତ୍ତି ଉଠାଇଛି। ଚୀନ କହିଛି ଯେ ସୀତାରମଣଙ୍କ ବିବାଦୀୟ ଇଲାକା ଗସ୍ତ କରିବା ଶାନ୍ତି ପାଇଁ ଅନୁକୂଳ ନୁହେଁ। ଉଲ୍ଲେଖଯୋଗ୍ୟ ପ୍ରତି ରକ୍ଷା ମନ୍ତ୍ରୀ ରବିବାର ଚୀନ ସୀମା ନିକଟବର୍ତ୍ତୀ ଅରୁଣାଚଳ ପ୍ରଦେଶର ସୁଦୂର ଅଞ୍ଜା ଜିଲ୍ଲାକୁ ପ୍ରଥମ କରି ଗସ୍ତ କରିଥିଲେ।

ସୀତାରମଣ ପ୍ରତି ରକ୍ଷା ପ୍ରସ୍ତୁତିର ସମୀକ୍ଷା ପାଇଁ ସେଠାକୁ ଗସ୍ତ କରିଥିଲେ। ଚୀନର ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ହୁଆ ଚୁନୟିଙ୍ଗ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ଅରୁଣାଚଳ ପ୍ରଦେଶ ଗସ୍ତ ନେଇ ଆପଣଙ୍କୁ ଚୀନର ସ୍ଥିତି ବିଷୟରେ ବିଲକୁଲ ସ୍ପଷ୍ଟ ରହିବା ଉଚିତ୍। ଏକ ପ୍ରଶ୍ନର ଜବାବରେ ସେ କହିଛନ୍ତି ଯେ ଚୀନ-ଭାରତର ସୀମାର ପୂର୍ବ ଇଲାକା ବିବାଦରେ ରହିଛି। ଏଥିପାଇଁ ବିବାଦୀୟ ଇଲାକାରେ ଭାରତ ପକ୍ଷରୁ ଏହି ପରି ଗସ୍ତ ସମ୍ବନ୍ଧିତ କ୍ଷେତ୍ରରେ ଶାନ୍ତି ପାଇଁ ଅନୁକୂଳ ନୁହେଁ।

ଭାରତୀୟ ପକ୍ଷକୁ ଚୀନ ପକ୍ଷଙ୍କ ସହ କାମ କରିବା ଉଚିତ୍, ଯଦ୍ଵାରା ଆଲୋଚନା ଜରିଆରେ ବିବାଦୀୟ ପ୍ରସଙ୍ଗର ସମାଧାନ ହୋଇପାରିବ ଏବଂ ମାହୋଲ ସୁଧୁରି ପାରିବ। ଆଶା କରାଯାଉଛି ଯେ ଭାରତ ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ଚୀନ ସହିତ କାମ କରିବ। ଚୀନ ଦାବି କରିଛି ଯେ ଅରୁଣାଚଳ ପ୍ରଦେଶ ଦକ୍ଷିଣ ତିବ୍ବତର ଅଂଶ ଅଟେ। ଏହାକୁ ନେଇ ଚୀନ ଅନେକ ଥର ଭାରତୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କଠାରେ ଆପତ୍ତି ଜଣାଇ ଆସିଛି।