Entertainment

ଜାଣନ୍ତୁ, ଶାହାରୁଖ କାହିଁକି ଅନୁଷ୍କାଙ୍କୁ କହିଲେ.. ମୋର ବିବାହ କୋହଲିଙ୍କ ସହ ହେବା କଥା

  •  
  • 5
  •  
  •  
  •  
  •  
  •  
    5
    Shares

ବଲିଉଡ କିଙ୍ଗ ଶାରାଖାନଙ୍କ ଫିଲ୍ମ “ଜିରୋ’ର ଟେଲର ଏବେ ଲଞ୍ଚ ହୋଇଛି । ଏହାକୁ ଫ୍ୟାନ ମଧ୍ୟ ବହୁତ ପସନ୍ଦ କରିଥିବା ଜଣାପଡିଛି । ଏହି ଫିଲ୍ମରେ ଶାହାରୁଖ ଯେଉଁ ଚରିତ୍ରରେ ଅଭିନୟ କରୁଛନ୍ତି ସେଥିରେ ସେ ଦର୍ଶକଙ୍କୁ ଖ୍ରୁବ୍ ଇମୋସନାଲ କରିପାରିବେ । ଟ୍ରେଲର ଲଞ୍ଚ ସମୟରେ ଶାହାରୁଖଙ୍କ ସହ ଅଭିନେତ୍ରୀ ଅନଷ୍କା ଓ କ୍ୟାଟ୍ରିନା ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ସେମାନେ ମିଡିଆଙ୍କ ବହୁ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଛନ୍ତି । ଏହି ସମୟରେ ଅନୁଷ୍କା ଶର୍ମାଙ୍କୁ କଥା କଥାରେ ଶାହାରୁଖ କହିଲେ କି ମୋର ବିବାହ ବିରାଟଙ୍କ ସହ ହେବା କଥା । ଏହା ଶୁଣି ଅନୁଷ୍କା ହଡବଡାଇ ଯାଇଥିଲେ । ଶାହାରୁଖ ଏହି କଥା ଏଇଥି ପାଇଁ କହିଲେ ଅନୁଷ୍କା ଓ ବିରାଟଙ୍କ ବିବାହର କିଛି ଫଟୋ କ୍ୟାଟ୍ରିନା ଦେଖି ବହୁତ ତାରିଫ କରୁଥିଲେ । ସେ କହିଥିଲେ ଏହି ଯୋଡିଙ୍କ ଫଟୋ ଦେଖି ବାହାଘର କଥା ମନକୁ ଆସୁଛି । ଏହି ସମୟରେ ଶାହାରୁଖ ମଧ୍ୟ ମଜାରେ କହିଲେ ଏହି ଫଟୋ ଦେଖି ମୁଁ ମଧ୍ୟ ଭାବୁଥିଲେ ମୋର ବିବାହ ବିରାଟଙ୍କ ସହ ହେବାର ଥିଲା । ଏହି କଥା ଶୁଣି ସେତେବେଳେ ସେଠାରେ ସମସ୍ତେ ଖୁବ୍ ହସିଥିଲେ ।
“ଜିରୋ’ ଟେଲରକୁ ଏପର୍ଯ୍ୟନ୍ତ ଭଲ ରେସପନ୍ସ ମିଳିଛି । ଟ୍ରେଲରକୁ ଦିନକ ମଧ୍ୟରେ ୪୦ ମିଲିୟନ ଭିୟୁର୍ସ ମିଳିସାରିଲାଣି । ଫ୍ୟାନ୍ସ ଏହି ଟ୍ରେଲରକୁ ଦେଖି ବହୁତ ଖୁସି ହୋଇଛନ୍ତି । ସେମାନେ କହିଛନ୍ତି ଏହି ଫିଲ୍ମ ଶାହାରୁଖଙ୍କ ହିଟ୍ ଫିଲ୍ମ ମଧ୍ୟରେ ଏହା ଗୋଟିଏ । ଏହି ଫିଲ୍ମ ୨୧ ଡିସେମ୍ବରରେ ରିଲିଜ ହେବାର ଅଛି ।

Loading...
  •  
    5
    Shares
  •  
  • 5
  •  
  •  
  •  
  •  
Loading...

Join The Discussion

Loading...