ନବାଗତା ଆହାନଙ୍କୁ ପ୍ରଥମେ ଦେଖିବାକୁ ମିଳିଥିଲା ଓଡ଼ିଆ ସିନେମା ‘ଭୈରବ’ରେ। ତାଙ୍କ ଅଭିନୀତ ଦ୍ୱିତୀୟ ସିନେମା ‘ବ୍ଲାକ୍ମେଲ’ ଏଇ ନିକଟରେ ରିଲିଜ୍ ହୋଇଯାଇଛି ।। ଅନ୍ୟପକ୍ଷରେ ତାଙ୍କ ହାତରେ କେତୋଟି ଅଫର ମଧ୍ୟ ରହିଛି। ସେପଟେ ନିଜକୁ ଫିଟ୍ ରଖିବାକୁ ଆହାନ ପୂରାଦମ୍ରେ ଲାଗିପଡିଛନ୍ତି। ନିଜର ଏଭଳି ଫିଟ୍ନେସ ଫଣ୍ଡା ସମ୍ପର୍କରେ ସେ କହନ୍ତି, ‘ଗୋଟିଏପଟେ ପାଠପଢ଼ା, ଅନ୍ୟପଟେ ଅଭିନୟ। ଏହି ଦୁଇଟି ଜିନିଷକୁ ସମାନ୍ତରାଳ ଭାବରେ ରଖି ଚାଲିବାକୁ ପଡୁଛି। ଏବେ ନିଜ ଫିଟନେସ ପ୍ରତି ମୁଁ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସକାଳେ ଦୁଇ ଘଣ୍ଟା ଏବଂ ସନ୍ଧ୍ୟାରେ ଘଣ୍ଟାଏ ଜିମ୍ରେ କଟାଉଛି। ତା’ସହ ଡାଏଟିଂ। ମୋ ହାତରେ ଏବେ ଯେଉଁ କେତୋଟି ଅଫର ରହିଛି ତାହାକୁ ଭଲ ଭାବରେ ତର୍ଜମା କରୁଛି। ଭଲ କାହାଣୀ ଏବଂ ରୋଲ୍ ମିଳିଲେ ହିଁ ମୁଁ ଅଭିନୟ କରିବି।’ ଆହାନାଙ୍କ ଅଭିନୀତ ‘ବ୍ଲାକ୍ମେଲ୍’ର ପ୍ରଯୋଜନା କରିବା ସହ ନାୟକ ଭୂମିକାରେ ଅଭିନୟ କରିଛନ୍ତି ଅର୍ଦ୍ଧେନ୍ଦୁ ସାହୁ।
Loading...