Entertainment

ବଲିଉଡରେ କ୍ୟାରିୟର ଆରମ୍ଭ କରିବେ ଆଲ୍ଲୁ

  •  
  • 199
  •  
  •  
  •  
  •  
  •  
    199
    Shares

ଆଲ୍ଲୁ ଅର୍ଜୁନ-କେବଳ ନାମ ହିଁ ଯଥେଷ୍ଟ। ତାମିଲ ସିନେମାରେ  ଇଏ ଜଣେ ପରିଚିତ ତଥା ଲୋକପ୍ରିୟ ଅଭିନେତା। ଏବେ ସେ ସଜବାଜରେ ବ୍ୟସ୍ତ। ହେଲେ କ’ଣ ପାଇଁ ଜାଣନ୍ତି ? ତାଙ୍କ ଆକ୍ଟିଂ କ୍ୟାରିୟରରେ ସେ ଏକ ନୂଆ ଫର୍ଦ୍ଦ ଯୋଡିବାକୁ ଯାଉଛନ୍ତି। ଅର୍ଥାତ୍‌ ଖୁବ୍‌ ଶୀଘ୍ର ସେ ବଲିଉଡ୍‌ରେ ନିଜ କ୍ୟାରିୟର ଆରମ୍ଭ କରିବେ। ଯଦିଓ ଏଭଳି କଥା ଆଲୋଚନାରେ ସୀମିତ ଅଛି ତଥାପି ତାହାକୁ ନେଇ ଆଲ୍ଲୁଙ୍କ ପ୍ରଶଂସକମାନେ ଦିନ ଗଣିବା ଆରମ୍ଭ କଲେଣି। ନିକଟରେ ସେ ଏକ ବିଜ୍ଞାପନର ଶୁଟିଂ କରିବାକୁ ବମ୍ବେ ଆସିଥିଲେ। ସେଠାରେ ଜଣେ ପ୍ରଯୋଜକ ତାଙ୍କୁ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଅଫର ଦେଇଛନ୍ତି। ହେଲେ ଏ ନେଇ ସେ କିଛି ଶେଷ ନିଷ୍ପତ୍ତି ନେଇନାହାନ୍ତି। ତେବେ ଏଭଳି କଥାକୁ ନେଇ ଚାଲିଥିବା ଆଲୋଚନାରେ ଖୁବ୍‌ ଶୀଘ୍ର ପୂର୍ଣ୍ଣଚ୍ଛେଦ ପଡିବ ବୋଲି ଆଶା କରାଯାଏ।

  •  
    199
    Shares
  •  
  • 199
  •  
  •  
  •  
  •  
Loading...

Join The Discussion

Loading...