Entertainment

ପତି ଆନନ୍ଦଙ୍କ ସହ ଛୁଟି କାଟୁଛନ୍ତି ସୋନମ୍

  •  
  • 5
  •  
  •  
  •  
  •  
  •  
    5
    Shares

ବଲିଉଡ ଅଭିନେତ୍ରୀ ସୋନମ କାପୁର ଏବେ ତାଙ୍କର ପତିଦେବ ଆନନ୍ଦ ଆହୁଜାଙ୍କ ସହିତ କଲିଫୋର୍ଣ୍ଣିଆରେ ଛୁଟି କାଟୁଛନ୍ତି । ଏବେ ଏହି ସେଲିବ୍ରେଟି ଯୋଡିଙ୍କ କିଛି ଫଟୋ ସାମ୍ନାକୁ ଆସିଛନ୍ତି । ଏଥିରେ ଦେଖିବାକୁ ମିଳିଛି ଯେ, ଦୁହେଁ ଏକାଠି ଲଞ୍ଚ କରୁଛନ୍ତି । ଏହି ଫଟୋରେ ସୋନମ୍ ଏକ ଗଳାପି ରଙ୍ଗର ଷ୍ଟାଇଲିସ୍ କଟ୍ ଓ କଳା ରଙ୍ଗର ଡେନିମ୍ ଲୁଜ୍ ପ୍ୟାଣ୍ଟ ବହୁତ ସୁନ୍ଦର ଦେଖାଯାଉଛନ୍ତି । ସେହିପରି ଆନନ୍ଦ ଏକ ଜ୍ୟାକେଟ୍ ସହ କାଜୁଆଲ ପ୍ୟାଣ୍ଟ, ଟି ସାର୍ଟ ପିନ୍ଧିଛନ୍ତି । ଫଟୋରେ ଉଭୟେ ଚଷମା ପିନ୍ଧିଥିବାର ଦେଖିବାକୁ ମିଳିଛି । ସେହିପରି ଆଉ କେତେକ ଫଟୋ ମଧ୍ୟ ଆସିଛି ଯେଉଁଥିରେ ଏକ ବୁକ୍ ଷ୍ଟୋରରେ ସେମାନେ ସମୟ ବିତାଉଛନ୍ତି । କାରଣ ସୋନମଙ୍କୁ ବହି ପଢିବା ପାଇଁ ଭାର ସଉକ ।
ସୂଚନାଯୋଗ୍ୟ ଯେ, ସୋନମ କାପୁର ତାଙ୍କର ଆଗାମୀ ଫିଲ୍ମ “ଏକ୍ ଲଡକୀ କୋ ଦେଖା ତୋ ଐସା ଲଗା’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ପ୍ରଥମ ଥର ପାଇଁ ପିତା ଅନିଲ କାପୁରଙ୍କ ସହ ଅଭିନୟ କରୁଛନ୍ତି

  •  
    5
    Shares
  •  
  • 5
  •  
  •  
  •  
  •  
Loading...

Join The Discussion

Loading...