Entertainment

ଏମିତିକା ଫିଲ୍ମ କରିବାକୁ ଚାହାଁନ୍ତି ସୋନମ୍

  •  
  • 8
  •  
  •  
  •  
  •  
  •  
    8
    Shares

ବଲିଉଡ୍‌ କୁଇନ୍‌ ସୋନମ୍‌ କପୁର ଲାଗାତାର ଭାବେ ଦର୍ଶକଙ୍କୁ ଦେଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ। ପାଖାପାଖି ୬ ବର୍ଷ ହେବ ତାଙ୍କର କୌଣସି ଫିଲ୍ମ ଫ୍ଲପ୍‌ ହୋଇ ନାହିଁ କହିଲେ ଚଳେ। ଏବେ କିନ୍ତୁ ମନ ବଦଳାଇଛନ୍ତି ସୋନମ୍‌। ଭଲ ଫିଲ୍ମ ଅପେକ୍ଷାରେ ଅଛନ୍ତି ଏହି ବଲିଉଡ୍‌ ବିୟୁଟି। ଆଗାମୀ ଦିନରେ ସେ ଯେ କେବଳ ମନୋରଞ୍ଜଧର୍ମୀ ଫିଲ୍ମ ଦର୍ଶକଙ୍କୁ ଭେଟି ଦେବେ ତା ନୁହେଁ। ବରଂ ଯେଉଁ ଫିଲ୍ମ ସମାଜ ଉପରେ କିଛି ପ୍ରଭାବ ପକାଉଥିବ ସେମିତି କିଛି ଫିଲ୍ମରେ ଅଭିନୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏହି ନାୟିକା। ୨୦୧୮ରେ ତାଙ୍କ ଅଭିନୀତ ଫିଲ୍ମ ‘ପ୍ୟାଡମ୍ୟାନ୍‌’, ‘ଓ୍ବିରେ ଦ ଓ୍ବେଡିଙ୍ଗ’ ଓ ‘ସଞ୍ଜୁ’ ବକ୍ସ ଅଫିସରେ ଭଲ ବିଜନେସ୍‌ କରିଥିଲା। ଏଥିରେ ସୋନମ୍‌ଙ୍କର ଅଭିନୟଙ୍କୁ ମଧ୍ୟ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ନିକଟରେ ସେ ଅନୁଜା ଚୌହାନଙ୍କ ଉପନ୍ୟାସ ଉପରେ ଆଧାରିତ ଏକ ଫିଲ୍ମରେ କାମ ଆରମ୍ଭ କରିଥିବା ଜଣାପଡିଛି। ଆହୁରି ମଧ୍ୟ ବିଧୁ ବିନୋଦ ଚୋପ୍ରାଙ୍କ ଫିଲ୍ମ ‘ଏକ ଲଡ୍‌କି କୋ ଦେଖା ତେ ଐସା ଲଗା’ରେ ସୋନମ ନଜର ଆସିବେ। ତେବେ ପ୍ରଥମ ଥର ଲାଗି ସେ ତାଙ୍କର ପିତା ଅନିଲ କପୁରଙ୍କ ସହ ଏହି ଫିଲ୍ମରେ ଅଭିନୟ କରୁଛନ୍ତି। ଏହାର ଟିଜର୍‌ ଆସିବା ପରେ ଦର୍ଶକେ ଏହାକୁ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି।

Loading...
  •  
    8
    Shares
  •  
  • 8
  •  
  •  
  •  
  •  
Loading...

Join The Discussion

Loading...