Entertainment

ମିଛ କହିବାକୁ ମୋର ପାଟି ଥରେ : ସାରା

  •  
  • 1
  •  
  •  
  •  
  •  
  •  
    1
    Share

ସାରା ଅଲ୍ଲି ଖାନଙ୍କ ବିନ୍ଦାସ୍ କଥାବାର୍ତ୍ତା କରିବାର ଶୈଳୀ ଅନେକଙ୍କୁ ମନ୍ତ୍ରମୁଗ୍ଧ କରିଛି । ସେ ଯେତେ ବି ସାକ୍ଷାତକାରରେ ଦେଖାଦେଇଛନ୍ତି, ସବୁଥିରେ ମନ ଖୋଲି ଆଲୋଚନା କରିଛନ୍ତି । ତେଣିକି କଥା ସୈଫ୍ ଏବଂ ଅମ୍ରିତାଙ୍କର ହେଉ କି ସାବତ ମା’ କରୀନାଙ୍କୁ ନେଇ; ସବୁଥିରେ ରୋକ୍ଠୋକ୍ ଜବାବ୍ ଦିଅନ୍ତି ସାରା । ଏଭଳି ଆତ୍ମବିଶ୍ୱାସ ଦେଖି ପରିବାର ସଦସ୍ୟଙ୍କଠୁ ନେଇ ସାଙ୍ଗସାଥୀ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାରମାନେ ସାରାଙ୍କ ଫ୍ୟାନ୍ ହୋଇଗଲେଣି । ତେବେ ଆଶ୍ଚର୍ଯ୍ୟ ହେଉଥିବେ, ଏଭଳି ରୋକଠୋକ୍ କଥାବାର୍ତ୍ତା ସାରା ଏତେ କମ୍ ବୟସରେ କିପରି ଶିଖିଲେ? ଏ ବିଷୟରେ ସାରା କୁହନ୍ତି, ଅନେକ ଲୋକ ଅଛନ୍ତି କଥାବାର୍ତ୍ତା କରିବା ବେଳେ କିଛି ଲୁଚାଇବାକୁ ଯାଇ ପ୍ରଶ୍ନର ପ୍ରକୃତ ଉତ୍ତରକୁ ବୁଲାଇ ବଙ୍କାଇ ଦିଅନ୍ତି, ନଚେତ୍ ମିଛ କହନ୍ତି । କିନ୍ତୁ ମିଛ କହିବା ବେଳେ ତାଙ୍କ ପାଟି ଥରେ । ସବୁବେଳେ ସତକୁ ସାମ୍ନା କରିବା ଏବଂ ସତ କହିବା ହିଁ ତାଙ୍କ କନ୍ଫିଡେନ୍ସ ଲେବଲ୍କୁ ଦୃଢ଼ କରିପାରିଛି । କାରଣ ତାଙ୍କୁ ଭଲଭାବେ ଜଣା ଗୋଟିଏ ସତକୁ ଲୁଚାଇବାକୁ ଗଲେ ଶହେ ମିଛ କହିବାକୁ ପଡ଼ିଥାଏ । ଏଣୁ ସେ ମୂଳରୁ ସେ ସବୁର ସମାଧାନ କରିଦିଅନ୍ତି । ପ୍ରଥମ ଫିଲ୍ମ ‘କେଦାରନାଥ’ରୁ ହିଁ ସାରା ଦର୍ଶକଙ୍କ ହୃଦୟରେ ଛାପ ଛାଡ଼ିଦେଇଛନ୍ତି । ଏହାର ତୁରନ୍ତ ପରେ ରିଲିଜ୍ ହୋଇଛି ତାଙ୍କ ଅଭିନୀତ ‘ଶିମ୍ବା’; ଯାହା ଏବେ ବକ୍ସ ଅଫିସ୍ରେ ସୁପର୍ହିଟ୍ । କମ୍ ସମୟ ଭିତରେ ତାଙ୍କ ପ୍ରଶଂସକଙ୍କ ତାଲିକା ଢେର୍ ଗୁଣା ବଢ଼ିଯାଇଛି ।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...