Entertainment

ଅଢେଇ ବର୍ଷ ହେଲାଣି ଏହି ନାୟକଙ୍କ ସାଥ୍ ପାଇନାହାନ୍ତି ରିୟା

  •  
  •  
  •  
  •  
  •  
  •  
  •  

ରୀୟା ‘ପ୍ରେମ ଅଢେଇ ଅକ୍ଷର’ ସିନେମା ଜରିଆରେ ଡେବ୍ୟୁ କରିଥିଲେ ଓଲିଉଡ ଇଣ୍ଡଷ୍ଟ୍ରିରେ। ଏଥିରେ ତାଙ୍କର ହିରୋ ଥିଲେ ଆଜିକାରଟପ୍‌ ହିରୋ ବାବୁସାନ୍‌। ଏହାପରେ ଟପ୍‌ ହିରୋଇନ୍‌ ରୀୟା, ଅମ୍ଳାନ, ଆକାଶ,  ଅଭିଷେକ ଓ ସବ୍ୟସାଚୀଙ୍କ ଭଳି ପ୍ରତିଷ୍ଠିତ ନାୟକଙ୍କ ସହ ସ୍କ୍ରିନ-ସେଆର୍‌ କରିଛନ୍ତି।ଇତି ମଧ୍ୟରେ ପାଖାପାଖି ଅଢ଼େଇ ବର୍ଷରୁ ଅଧିକ ସମୟ ହେବ ନାୟିକା ରୀୟା ବାବୁସାନ୍‌ ନାୟିକାଙ୍କ ସହିତ କୌଣସି ସିନେମାରେ ସ୍କ୍ରିନ୍‌ ସେଆର୍‌ କରିନାହାନ୍ତି।

Loading...

ଓଲିଉଡର ଟପ୍‌ ହିରୋଇନ୍‌ ରୀୟା ଦେ ତାଙ୍କର ଦୀର୍ଘ ୮ ବର୍ଷର କ୍ୟାରିଅର୍‌ରେ ମାତ୍ର ଦୁଇ ଜଣ ନ୍ୟୁକମରଙ୍କର ନାୟିକା ବନିଛନ୍ତି। ରୀୟାଙ୍କର ଏ ଦୁଇ ନୂଆ ନାୟକ ଥିଲେ ଅମନ୍‌ ଓ ମୁନ୍ନା। ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ତଥା ଶୈଳେନ୍ଦ୍ର ପରିଡ଼ାଙ୍କ ନିର୍ଦ୍ଦେଶିତ ସିନେମା‘କଥା ଦେଲି ମଥା ଛୁଇଁ’ ରେ ଓଲିଉଡର ଟପ୍‌ ହିରୋଇନ୍‌ ରୀୟାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ନବାଗତ ଅମନ୍‌ । ଠିକ୍‌ ସେହିପରି ଅଶୋକ କୁମାର ଦାଶଙ୍କ ପ୍ରଯୋଜନା ଓ ଶ୍ରୀତମ୍‌ ଦାସଙ୍କ ନିର୍ଦ୍ଦେଶନାରେ ତିଆରି ସିନେମା‘ଦିଓ୍ଵାନା ହେଲି ତୋ’ ପାଇଁ’ ଓଲିଉଡର ହଟ୍‌ ହିରୋଇନ୍‌ ରୀୟା ନଜର ଆସିଥିଲେ। ଏଥିରେ ତାଙ୍କ ସହ ନାୟକ ଭାବେ ଓଲିଉଡରେ ଡେବ୍ୟୁ କରିଛନ୍ତି ମୁନ୍ନା। ଉଭୟ ନବାଗତଙ୍କ ସହ ରୀୟାଙ୍କୁ ଦର୍ଶକ ପସନ୍ଦ କରିଛନ୍ତି।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...