Entertainment

ନର୍ଭସ୍ ହୋଇପଡିଛନ୍ତି ରାକୁଲ, କାହିଁକି ଜାଣନ୍ତୁ

  •  
  •  
  •  
  •  
  •  
  •  
  •  

ଜଣାଶୁଣା ଦକ୍ଷିଣ ଭାରତୀୟ ତଥା ହିନ୍ଦୀ ଫିଲ୍ମ ଅଭିନେତ୍ରୀ ରାକୁଲ୍ ପ୍ରୀତ ସିଂହ ଖୁବ୍ ନର୍ଭସ୍ ଅଛନ୍ତି । ଏକଥା ରାକୁଲ୍ ନିଜେ ସ୍ୱୀକାର କରିଛନ୍ତି । ରାକୁଲ୍ ଏପରି ନର୍ଭସ୍ ହେବା ପଛର କାରଣ ହେଉଛି, ସେ ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ଏନ୍ଟିଆର୍ଙ୍କ ବାୟୋପିକ୍ରେ ଶ୍ରୀଦେବୀଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି । ନିଜ ଅଭିନୟ ଉପରେ ତ ଯଦିଓ ରାକୁଲ୍ଙ୍କର ପୂରା ଭରସା ରହିଛି, ତଥାପି ସେ ଶ୍ରୀଦେବୀଙ୍କ ଭଳି ଦେଖାଯିବେ କି ନାହିଁ; ପୁଣି ଶ୍ରୀଦେବୀଙ୍କ ଅଭିନୟ ଦେଖିଥିବା ଦର୍ଶକ ତାଙ୍କ ଅଭିନୟକୁ ପସନ୍ଦ କରିବେ କି ନାହିଁ – ଏସବୁ କଥା ଚିନ୍ତା କରି ରାକୁଲ୍ ନର୍ଭସ୍ ଅଛନ୍ତି । ଫିଲ୍ମର ଅନ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ନନ୍ଦମୁରୀ ବାଲକ୍ରିଷ୍ଣା, ବିଦ୍ୟା ବଲାନ୍ ଓ ରାଣା ଦଗ୍ଗୁବତୀ । ୨୦୧୯ରେ ଏହି ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବ । ଫିଲ୍ମରେ ନନ୍ଦମୁରୀ ବାଲକ୍ରିଷ୍ଣା ଏନ୍ଟିଆର୍ଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...