Entertainment

ରାଧିକାଙ୍କ ପସନ୍ଦ

  •  
  • 7
  •  
  •  
  •  
  •  
  •  
    7
    Shares

ଖୁବ୍ କମ୍ ଦିନ ଭିତରେ ରାଧିକା ଆପ୍ତେ ବଲିଉଡ୍ର ସବୁଠୁ ବ୍ୟସ୍ତ ଅଭିନେତ୍ରୀ ଭାବେ ପରିଗଣିତ ହୋଇପାରିଛନ୍ତି । ଏବେ ‘ଅନ୍ଧାଧୂନ୍’ ଫିଲ୍ମର ରିଲିଜ୍ ପରେ ତାଙ୍କ ବ୍ୟସ୍ତତା ଆହୁରି ବଢ଼ିଯାଇଛି । କାରଣ ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ବେଶ୍ ପ୍ରଶଂସା କରୁଛନ୍ତି । ଦର୍ଶକଙ୍କ ପ୍ରଶଂସା ତାଙ୍କ ପାଇଁ ସବୁଠୁ ବଡ଼ ସାହସ ବୋଲି କହିଛନ୍ତି ରାଧିକା । ଏପର୍ଯ୍ୟନ୍ତ ସେ ଆକ୍ସନ୍, ଥ୍ରିଲର୍ ତଥା ରୋମାଣ୍ଟିକ୍ ଫିଲ୍ମରେ ନିଜର ଅଭିନୟ ଦକ୍ଷତା ଦେଖାଇସାରିଛନ୍ତି । କିନ୍ତୁ ଆଶା ରଖିଛନ୍ତି ଆଗକୁ କୌଣସି ଫିଲ୍ମରେ ଅଭିନୟର ଅଫର୍ ଆସିଲେ ସେ ନୃତ୍ୟଭିତ୍ତିକ ଚରିତ୍ରକୁ ଅଗ୍ରାଧିକାର ଦେବେ । କାରଣ ଖୁବ୍ କମ୍ ଲୋକ ଜାଣନ୍ତି ରାଧିକା ଜଣେ କଥକ ତଥା କଣ୍ଟେପରାରୀ ଡ୍ୟାନ୍ସର୍ । ଏଣୁ ନୃତ୍ୟ କଳାକୁ ସେ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ସାମ୍ନାରେ ଉପସ୍ଥାପନ କରିବାକୁ ବେଶ୍ ଇଚ୍ଛୁକ ହୋଇପଡ଼ିଛନ୍ତି । ଗତ ୪ବର୍ଷ ହେବ ଫିଲ୍ମର ବ୍ୟସ୍ତତା ଭିତରେ ନୃତ୍ୟ ପ୍ରଶିକ୍ଷଣ ନେଇପାରି ନାହାନ୍ତି । ଏଣୁ କୌଣସି ନୃତ୍ୟଭିତ୍ତିକ ଫିଲ୍ମ ଅଫର୍ ମିଳିଲେ, ସେ ନିଜ ଲୁକ୍କାୟିତ ପ୍ରତିଭାକୁ ପୁଣି ଥରେ ଫେରିପାଇବେ ବୋଲି ଆଶା ରଖିଛନ୍ତି ।

  •  
    7
    Shares
  •  
  • 7
  •  
  •  
  •  
  •  
Loading...

Join The Discussion

Loading...