Entertainment

ଲାପଟପ୍ ସ୍କ୍ରିନରେ ପ୍ରେମପାଠ

  •  
  • 3
  •  
  •  
  •  
  •  
  •  
    3
    Shares

ପାଠ ତ ପାଠ ସେଥିରେ ପୁଣି ପ୍ରେମପାଠ । ନିହାତି ମଜାଦାର ନା ପାଠକବନ୍ଧୁ! ହଁ, ଓଲିଉଡ୍ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ନାୟକ ବାବୁସାନ୍ ଏବେ ପଢ଼ୁଛନ୍ତି ପ୍ରେମପାଠ । କେବଳ ବାବୁସାନ୍ ପଢ଼ୁନାହାନ୍ତି, ତାଙ୍କ ସହିତ ଏ ପାଠ ସେୟାର୍ କରୁଛନ୍ତି ଚୁଲ୍ବୁଲି ଅର୍ଚ୍ଚିତା । ପାଠକବନ୍ଧୁ! ଏ ଫଟୋଟି ସେମିତି କିଛି କଥା ହିଁ କହୁଛି । ଦୁହେଁ ପ୍ରେମପାଠ ପଢ଼ୁଛନ୍ତି ଲାପ୍ଟପ୍ ସ୍କ୍ରିନ୍ରେ । ଅନ୍ୟ କିଛି ଭାବନ୍ତୁ ନାହିଁ । ଏହି ଦୁଇ ଚର୍ଚ୍ଚିତ ଷ୍ଟାର୍ ଏବେ ଏକାଠି ହୋଇଛନ୍ତି ଗୋଟିଏ ଫିଲ୍ମରେ । ଏ ଫିଲ୍ମର ନାଁ ରହିଛି ‘ଅଜବ ସଞ୍ଜୁର ଗଜବ ଲଭ୍’ । ପାଠକବନ୍ଧୁ! ଏ ଦୁହେଁ ଆଗରୁ ତିନୋଟି ଫିଲ୍ମରେ ନାୟକ ନାୟିକା ଭାବେ ଆପଣଙ୍କ ସାମ୍ନାକୁ ଆସିଛନ୍ତି । ଏ ଫିଲ୍ମରେ ଦୁହେଁ ଚତୁର୍ଥ ଥର ପାଇଁ ସ୍କ୍ରିନସ୍ପେସ୍ ସେୟାର୍ କରୁଛନ୍ତି । ସେଥିପାଇଁ ଦୁହିଁଙ୍କୁ ନେଇ ଚର୍ଚ୍ଚାର ଅନ୍ତ ନାହିଁ । ଉଭୟଙ୍କ ଅନସ୍କ୍ରିନ୍ ଲଭ୍ ମାନେ ପ୍ରେମପାଠ ଦର୍ଶକଙ୍କୁ ମଧ୍ୟ ଭଲ ଲାଗିବ ବୋଲି ଆଶା । ଅର୍ଚ୍ଚିତା ଏ ଫିଲ୍ମରେ ଜଣେ କର୍ମଜୀବି ଚରିତ୍ର କରୁଛନ୍ତି । ଏ ଫିଲ୍ମର ନିର୍ଦ୍ଦେଶନାରେ ଅଛନ୍ତି ଅଶୋକ ପତି । ପ୍ରଯୋଜନା କରିଛନ୍ତି ବିନି ସାମଲ ଓ ନିହାର ସାମଲ । କ୍ରିଏଟିଭ୍ ହେଡ୍ ଅଛନ୍ତି ପ୍ରଣୟ ଜେଠୀ ।

  •  
    3
    Shares
  •  
  • 3
  •  
  •  
  •  
  •  
Loading...

Join The Discussion

Loading...