Entertainment

ନାୟିକାଙ୍କ ଦାବିକୁ ସମର୍ଥନ କଲେ ଶାହାରୁଖ, ନାୟିକାଙ୍କ ଦାବି କ’ଣ ଜାଣନ୍ତୁ

  •  
  •  
  •  
  •  
  •  
  •  
  •  

ହିନ୍ଦୀ ଫିଲ୍ମଟିଏ ସଫଳ ହେଲେ ତା’ର ସମସ୍ତ ଶ୍ରେୟ ଯାଏ ନାୟକଙ୍କ ପାଖକୁ । ଫିଲ୍ମରେ ନାୟକଙ୍କ ଗୁରୁତ୍ୱ ବେଶି । ପାରିଶ୍ରମିକ ମଧ୍ୟ ସମସ୍ତଙ୍କଠାରୁ ଅଧିକ । ଫିଲ୍ମ ଶହେ କୋଟି, ଦୁଇଶହ କୋଟି କିମ୍ବା ପାଂଚ ଶହ କୋଟି ଟଙ୍କା ବ୍ୟବସାୟ କଲା ତ ସେହି ଫିଲ୍ମର ନାୟକଙ୍କୁ ପ୍ରଶଂସାରେ ପୋତି ପକାନ୍ତି ଦର୍ଶକ, ସମୀକ୍ଷକ । ମାତ୍ର ଫିଲ୍ମଟିଏ ସଫଳ ହେବା ପଛରେ ନାୟିକାମାନଙ୍କର ମଧ୍ୟ ସମାନ ପରିମାଣର ଗୁରୁତ୍ୱ ରହିଛି । ତେବେ କୌଣସି ଫିଲ୍ମ ଭଲ ହେଲେ ନାୟିକାଙ୍କୁ କେହି ପ୍ରଶଂସା କରନ୍ତି ନାହିଁ । କିଛି ବି ଶ୍ରେୟ ମିଳେ ନାହିଁ ନାୟିକାଙ୍କୁ । ନାୟକଙ୍କ ତୁଳନାରେ ନାୟିକାମାନେ ଖୁବ୍ କମ୍ ପାରିଶ୍ରମିକ ପାଆନ୍ତି । ଏ ବାବଦରେ ଦୀପିକା ପାଦୁକୋନ୍, ଅନୁଷ୍କା ଶର୍ମା ଓ ଅନ୍ୟ ବଲିଉଡ୍ ନାୟିକାମାନେ ପ୍ରତିବାଦ ବି କରିଛନ୍ତି । ଏବେ ସେମାନଙ୍କୁ ଦାବିକୁ ସମର୍ଥନ କରିଛନ୍ତି କିଙ୍ଗ୍ ଖାନ୍ ଶାହରୁଖ । ଶାହରୁଖ ବର୍ତ୍ତମାନ ଆନନ୍ଦ ଏଲ୍ ରାୟଙ୍କ ‘ଜିରୋ’ର ଶୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି । ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶାହରୁଖ କହିଥିଲେ, ଲିଙ୍ଗଗତ ବିଭେଦ ବଲିଉଡ୍ ନାୟିକାମାନଙ୍କର ସର୍ବଦା କ୍ଷତି କରିଆସିଛି । ଅତୀତରେ ସେ ଏ ବାବଦରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ତାଙ୍କର ବିଶ୍ୱାସ ରହିଛି ଯେ, ଫିମେଲ୍ ଆକ୍ଟରଙ୍କୁ ମଧ୍ୟ ଯୋଗ୍ୟତା ଅନୁସାରେ ପାରିଶ୍ରମିକ ମିଳିବ ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...